ନିଜ ବାପାମାଆକୁ କାହିଁକି ଡରୁଛି ଏ କୁନି ଝିଅଟି?

କଟକ (ଓଡ଼ିଶା ରିପୋର୍ଟର): କଟକ ସିଡିଏରେ ଚାରି ବର୍ଷର ଶିଶୁ କନ୍ୟାକୁ ପିଉସୀର ନିର୍ଯାତନା ଘଟଣାରେ ଏକ ନୂଆ ମୋଡ଼ ଆସିଛି। ଆଜି ଉକ୍ତ ଶିଶୁ କନ୍ୟାର ବାପାମା’ ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି) ନିକଟକୁ ଆସିଥିଲେ। ସିଡବ୍ଲ୍ୟୁସିର ନିର୍ଦ୍ଦେଶକ୍ରମେ ସେମାନେ ଝିଅକୁ ନେବାକୁ ଆସିଥିଲେ। ତେବେ ଝିଅଟି ସେମାନଙ୍କ ସହିତ ଦିଲ୍ଲୀ ଯିବା ପାଇଁ ମନା କରି ଦେଇଛି। ତା’ବାପାମା’ ଦିଲ୍ଲୀରେ ରହୁଛନ୍ତି। ସିଡବ୍ଳ୍ୟୁସିଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଝିଅଟି ବାପାମା’ଙ୍କ ସହିତ ରହିବାକୁ ଅମଙ୍ଗ […]

afraid

afraid

Rakesh Mallick
  • Published: Friday, 15 December 2017
  • Updated: 15 December 2017, 07:12 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): କଟକ ସିଡିଏରେ ଚାରି ବର୍ଷର ଶିଶୁ କନ୍ୟାକୁ ପିଉସୀର ନିର୍ଯାତନା ଘଟଣାରେ ଏକ ନୂଆ ମୋଡ଼ ଆସିଛି। ଆଜି ଉକ୍ତ ଶିଶୁ କନ୍ୟାର ବାପାମା’ ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି) ନିକଟକୁ ଆସିଥିଲେ। ସିଡବ୍ଲ୍ୟୁସିର ନିର୍ଦ୍ଦେଶକ୍ରମେ ସେମାନେ ଝିଅକୁ ନେବାକୁ ଆସିଥିଲେ। ତେବେ ଝିଅଟି ସେମାନଙ୍କ ସହିତ ଦିଲ୍ଲୀ ଯିବା ପାଇଁ ମନା କରି ଦେଇଛି। ତା’ବାପାମା’ ଦିଲ୍ଲୀରେ ରହୁଛନ୍ତି। ସିଡବ୍ଳ୍ୟୁସିଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଝିଅଟି ବାପାମା’ଙ୍କ ସହିତ ରହିବାକୁ ଅମଙ୍ଗ ହେବା ପଛର କାରଣ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଝିଅଟି କହିଛି ଯେ ଦିଲ୍ଲୀ ଗଲେ ତା’ ବାପାମା’ ତାକୁ ପିଟିବେ।

ଝିଅଟି ବାପାମା’ଙ୍କ ସହିତ ଯିବାକୁ ରାଜି ନହେବାରୁ ତାକୁ ଚାଇଲ୍ଡ ଲାଇନ୍‌ରେ ରଖାଯିବାକୁ ନିଷ୍ପତ୍ତି ହୋଇଛି। ସିଡବ୍ଳ୍ୟୁସି ପକ୍ଷରୁ କୁହାଯାଇଛି ଯେ ସେ ଚାଇଲ୍ଡ ଲାଇନ୍‌ରେ ରହିବ। ତା’ ବାପାମା’ ତାକୁ ଏଠାରେ ଆସି ଦେଖା କରିପାରିବେ।

ସିଡବ୍ଳ୍ୟୁସି ଆହୁରି ମଧ୍ୟ କହିଛି ଯେ ଛୁଆଟିର କାଉନ୍‌ସେଲିଂ କରାଯିବ। ସ୍ଥିତିରେ ସୁଧାର ଆସିଲେ ତାକୁ ତା’ ବାପାମା’ଙ୍କୁ ହସ୍ତାନ୍ତର କରାଯିବ।

ସୂଚନାଯୋଗ୍ୟ, ଝିଅଟିକୁ ନିର୍ଯାତନା ଦେବା ଅଭିଯୋଗରେ ପୋଲିସ ତା’ ପିଉସୀ ପ୍ରିୟା ମିଶ୍ରଙ୍କୁ ଗିରଫ କରିଛି।  ଝିଅଟିକୁ ସେ ଝାଡୁରେ ନିସ୍ତୁକ ପିଟୁଥିବାର ଭିଡିଓ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଥିଲା। ଝିଅଟିକୁ ଲୁଗା ସଫା କରିବାକୁ ସେ ବାଧ୍ୟ କରୁଥିଲେ। ଏହି ଦୃଶ୍ୟ କୌଣସି ବ୍ୟକ୍ତି ନିଜ ମୋବାଇଲରେ କ୍ୟାପଚର କରି ନେଇଥିଲେ। ଘଟଣା ସଂପର୍କରେ ଜଣାପଡ଼ିବା ପରେ ସିଡବ୍ଲ୍ୟୁସି କର୍ତ୍ତୃପକ୍ଷ ଶିଶୁକନ୍ୟାଟିକୁ ଉଦ୍ଧାର କରିଥିଲେ।  ଶିଶୁ ଦେହରେ କ୍ଷତଚିହ୍ନ ଥିବା ବି ଦେଖିବାକୁ ମିଳିଥିଲା। ଝିଅଟି ତା ପିଉସୀ ଘରେ ରହୁଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos