କଟକ ଦଶହରା ବଜାର ଭିଡ଼: ଜାଣନ୍ତୁ କେଉଁ ଗାଡ଼ି ଯିବ କେଉଁ ବାଟରେ

କଟକ (ଓଡ଼ିଶା ରିପୋର୍ଟର): ଦୁର୍ଗାପୂଜା ଭିଡକୁ ଆଖି ଆଗରେ ରଖି ଟ୍ରାଫିକ୍ ପୋଲିସ କଟକଣା ଜାରି କରିଛି। ଏହି କଟକଣା ଆଜିଠାରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ରହିବ। ପ୍ରତିଦିନ ଅପରାହ୍ନ ୪ଟାରୁ ରାତି ୨ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। କଟକରେ ହାଓଡା ମୋଟର ଛକରୁ ମଙ୍ଗଳାବାଗ, ମଙ୍ଗଳାବାଗରୁ ବଣିଆ ସାହି ଆଡକୁ ଭାରି ଯାନ ଯାଇପାରିବ ନାହିଁ। ରାଣୀହାଟ ମୋଚି ସାହି ଛକରୁ ହିନ୍ଦ୍ ସିନେମା ଆଡକୁ, ଛତ୍ରବଜାର ଦୈତାରୀ ରାଉତ ଆଳୁଗୋଦାମ […]

Rakesh Mallick
  • Published: Wednesday, 27 September 2017
  • Updated: 27 September 2017, 12:58 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଦୁର୍ଗାପୂଜା ଭିଡକୁ ଆଖି ଆଗରେ ରଖି ଟ୍ରାଫିକ୍ ପୋଲିସ କଟକଣା ଜାରି କରିଛି। ଏହି କଟକଣା ଆଜିଠାରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ରହିବ। ପ୍ରତିଦିନ ଅପରାହ୍ନ ୪ଟାରୁ ରାତି ୨ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। କଟକରେ ହାଓଡା ମୋଟର ଛକରୁ ମଙ୍ଗଳାବାଗ, ମଙ୍ଗଳାବାଗରୁ ବଣିଆ ସାହି ଆଡକୁ ଭାରି ଯାନ ଯାଇପାରିବ ନାହିଁ। ରାଣୀହାଟ ମୋଚି ସାହି ଛକରୁ ହିନ୍ଦ୍ ସିନେମା ଆଡକୁ, ଛତ୍ରବଜାର ଦୈତାରୀ ରାଉତ ଆଳୁଗୋଦାମ ପଟୁ ବଜ୍ରକବାଟି ଆଡକୁ ଯାଇପାରିବନି ଭାରି ଯାନ। ବଜ୍ରକବାଟି ଛକ ପାଖରୁ ରାଣୀହାଟ ଆଡକୁ, ଝୋଲାସାହି ଫୋନ୍ ବକ୍ସ ଛକ ପାଖରୁ ନନ୍ଦିସାହି ଆଡକୁ ଓ ଦରଘା ବଜାର ଉତ୍କଳିକା ଛକ ପାଖରୁ ଧର୍ମଶାଳା ଛକ ଆଡକୁ ଭାରି ଯାନ ଉପରେ ଲାଗିଛି କଟକଣା। ସେହିପରି ଗୌରୀଶଙ୍କର ପାର୍କ ପାଖରୁ ଚୌଧୁରୀ ବଜାର ଛକ, ମୁନ୍‌ଲାଇଟ୍ ଛକ ପାଖରୁ ଚଣ୍ଡୀ ଛକ ପର୍ଯ୍ୟନ୍ତ ଏହି ସମୟରେ ଭାରୀ ଯାନ ପ୍ରବେଶ କରିପାରିବ ନାହିଁ। ଆଜିଠାରୁ ଅପରାହ୍ନ ୪ଟାରୁ ରାତି ୨ଟା ପର୍ଯ୍ୟନ୍ତ ହାଇକୋର୍ଟ ଛକରୁ ଚାନ୍ଦିନୀଚୌକ ଛକ ଓ ବାଲୁବଜାର ଛକରୁ  ହାଇକୋର୍ଟ ଛକ ଆଡକୁ କୌଣସି ଭାରି ଯାନ ଯାଇପାରିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos