ରାଜ୍ୟରେ ପ୍ରତିଷ୍ଠା ହେବ ସାଇବର ଫୋରେନସିକ୍ ଡିଭିଜନ୍: କ୍ରାଇମବ୍ରାଞ୍ଚ୍ ସ୍ପେଶାଲ୍ ଡିଜି  

b.k.sharmaଭୁବନେଶ୍ୱର: ରାଜ୍ୟରେ ଚଳିତ ବର୍ଷ ପ୍ରତିଷ୍ଠା ହେବ ସାଇବର ଫୋରେନସିକ୍ ଡିଭିଜନ୍। ଷ୍ଟେଟ୍ ଫୋରେନସିକ୍ ଲାବୋରୋଟାରୀ ପରିସରରେ ଏହି ଡିଭିଜନ୍ ପ୍ରତିଷ୍ଠା ହେବ।  କେବଳ ଓଡ଼ିଶା ନୁହେଁ, ସାରା ପୂର୍ବ ଭାରତରେ ଏହା ହେବ ପ୍ରଥମ ସାଇବର ଫୋରେନସିକ୍ ଡିଭିଜନ୍। ଶୁକ୍ରବାର ଏହି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚର ନବନିଯୁକ୍ତ ସ୍ପେଶାଲ୍ ଡିଜି ବିଜୟ କୁମାର ଶର୍ମା। ଗତକାଲି ଡିଜି ପାହ୍ୟାକୁ ପଦୋନ୍ନତି ପାଇଥିବା ବିଜୟ ଶର୍ମା ଆଜି ଭୁବନେଶ୍ୱରସ୍ଥିତ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ସାଇବର କ୍ରାଇମ୍ ହେଲେ ତା’ର ଫୋରେନସିକ୍ ରିପୋର୍ଟ ଦରକାର। ନ ହେଲେ ସାଇବର କ୍ରାଇମ୍ ହୋଇଛି କି ନାହିଁ, ତାହା ଜଣାପଡ଼ିବ ନାହିଁ। ସାଇବର ଫୋରେନସିକ୍ ଡିଭିଜନରେ ସାଇବର କ୍ରାଇମରେ ବ୍ୟବହୃତ କଂପ୍ୟୁଟର ଓ ହାର୍ଡ ଡିସ୍କ ଆଦିକୁ ଯାଞ୍ଚ କରାଯିବ। ଫୋରେନସିକ୍ ବିଶେଷଜ୍ଞମାନଙ୍କୁ ଏଥିରେ ନିଯୁକ୍ତି ଦିଆଯିବ। ସେମାନେ ସାଇବର କ୍ରାଇମରେ ବ୍ୟବହୃତ କଂପ୍ୟୁଟର ଓ ହାର୍ଡ ଡିସ୍କ ଆଦିର ଯାଞ୍ଚ କରି ରିପୋର୍ଟ ପ୍ରଦାନ କରିବେ।

ସେହିଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ସାଇବର ଥାନା ଖୋଲିବା ଉପରେ ଜୋର ଦିଆଯିବ ବୋଲି କ୍ରାଇମବ୍ରାଞ୍ଚର ନୂଆ ସ୍ପେଶାଲ ଡିଜି ବିଜୟ କୁମାର ଶର୍ମା କହିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଦିନକୁ ଦିନ ସାଇବର କ୍ରାଇମ୍ ବଢ଼ି ଚାଲିଛି। ୨୦୧୪ରେ ରାଜ୍ୟରେ ୧୨୭ଟି ସାଇବର କ୍ରାଇମ୍ ଘଟିଥିବା ନେଇ ଅଭିଯୋଗ ହୋଇଥିଲା। ୨୦୧୫ ମସିହାରେ ଏହି ସଂଖ୍ୟା ଥିଲେ ୪୦୧। ଅର୍ଥାତ ବର୍ଷକ ମଧ୍ୟରେ ସାଇବର ଅପରାଧ ଅଢ଼େଇ ଗୁଣା ବଢ଼ିଛି। ତେଣୁ ବିଭିନ୍ନ ସ୍ଥାନରେ ସାଇବର କ୍ରାଇମ ଥାନା ପ୍ରତିଷ୍ଠା କରିବାକୁ ଯୋଜନା ରହିଛି। ପ୍ରଥମ ପର୍ଯ୍ୟାୟ ଭୁବନେଶ୍ୱରରେ ଏହି ଥାନା ପ୍ରତିଷ୍ଠା କରାଯିବ। ଏଥିପାଇଁ ସରକାର ଜମି ଯୋଗାଇ ଦେଇଛନ୍ତି। ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ମଧ୍ୟ ସାଇବାର କ୍ରାଇମ୍ ଥାନା ପ୍ରତିଷ୍ଠା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏଥିପାଇଁ ଇନ୍ ପ୍ରିନ୍ସିପଲ୍ ଆପ୍ରୁଭାଲ୍ ବି ମିଳିଛି।

କ୍ରାଇମବ୍ରାଞ୍ଚର ସ୍ପେଶାଲ୍ ଟାକ୍ସ ଫୋର୍ସ (ଏସଟିଏଫ)କୁ ଅଧିକ କ୍ରିୟାଶୀଳ କରାଯିବ ବୋଲି ମଧ୍ୟ ବିଜୟ କୁମାର ଶର୍ମା କହିଛନ୍ତି। ସେ କହିଛନ୍ତି, ଏସଟିଏଫର ମଧ୍ୟ ନବକଳେବର କରାଯିବ। ଏଥିରେ କର୍ମଚାରୀ ସଂଖ୍ୟା ବୃଦ୍ଧି କରାଯିବ। ଅଧିକ ୨୬ ଜଣ କର୍ମଚାରୀଙ୍କ ନିଯୁକ୍ତି ନେଇ ସରକାରଙ୍କଠାରୁ ଅନୁମତି ମିଳି ସାରିଛି। ଏହି ୨୬ ଜଣଙ୍କ ମଧ୍ୟରେ ୧୫ ଜଣ କନଷ୍ଟେବଳ ରହିବେ ଓ ବାକି ୧୧ ଜଣ ଅଫିସର ରହିବେ।

ସେ କହିଛନ୍ତି ଯେ ରାଜ୍ୟରେ ସଂଗଠିତ ଅପରାଧ ତଥା ଟେଣ୍ଡର ମାଫିଆଙ୍କୁ ରୋକିବା ଉପରେ ବିଶେଷ ଭାବେ ଗୁରୁତ୍ୱ ଦିଆଯିବ।

ଆହୁରି ପଢ଼ନ୍ତୁ

ମାଲକାନଗିରିରେ ବନ୍ୟା ପରିସ୍ଥିତି; ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ

ଡାକ୍ତରମାନଙ୍କୁ ଏହି ପରାମର୍ଶ ଦେଲେ ହାଇକୋର୍ଟ

୧୫ରୁ ଖୋଲିବ ବ୍ରହ୍ମପୁର ବଡ଼ ଡାକ୍ତରଖାନାର ଓପିଡି

ନୂଆ କାରଖାନା ପାଇଁ ହଜାରେ ଦିନ କୋହଳ ହେବ ନିୟମ, ୨୦ ପ୍ରସ୍ତାବକୁ ମଞ୍ଜୁରୀ

ନୂଆଁଖାଇ ନବାନ୍ନ ଲାଗି ଲଗ୍ନ ନିର୍ଦ୍ଧାରଣ

୨୪ ଘଣ୍ଟା ବିତିଲା, କ୍ୟାପିଟାଲ ଥାନା ଆଇଆଇସିଙ୍କ ବିରୋଧରେ ମାମଲା ରୁଜୁ କରୁନି ପୁଲିସ  

ବଢୁଛି ଟେଷ୍ଟିଂ, କମୁଛି ପଜିଟିଭ୍ ସଂଖ୍ୟା

ଆରୋଗ୍ୟ ହେଲେ ୧୬୭୩ ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଜୟଦେବ ବିହାରରେ ଏକ ହୋଟେଲର ୧୮ କର୍ମଚାରୀଙ୍କୁ କରୋନା

ଟେନ୍‌ସନ୍‌ ବଢ଼ାଇଲା ଜାଲୁଆ ସାହି, ଆଜି ପୁଣି ୨୪ ଆକ୍ରାନ୍ତ ଚିହ୍ନଟ

ଭାଇରାଲ୍ ଅଡ଼ିଓ ସହ କ’ଣ ଥିଲା ଲକ୍ଷ୍ମୀକାନ୍ତଙ୍କ ସାଲାରି ସ୍ଲିପ୍‌ର ସମ୍ପର୍କ ? କ’ଣ ଖୋଜୁଥିଲା ପୁଲିସ

ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଜମିହରାଙ୍କୁ ମିଳିବ ଜମି