ଲ୍ୟାଣ୍ଡଫଲ କରି ଭୟଙ୍କର ତାଣ୍ଡବ ରଚିଲା ଅମ୍ଫାନ, ନେଲାଣି ୪ ଜୀବନ

କୋଲକାତା: ଓଡ଼ିଶାରେ ତାଉ ଦେଖାଇ ପଶ୍ଚିମବଙ୍ଗରେ ତାଣ୍ଡବ ରଚିଛି ବାତ୍ୟା ଅମ୍ଫାନ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟା ଅମ୍ଫାନ ପଶ୍ଚିମବଙ୍ଗ ସୁନ୍ଦରବନରେ ମାଡ଼ ହୋଇଛି। ଲ୍ୟାଣ୍ଡଫଲ କରିବା ବେଳେ ପବନର ସର୍ବାଧିକ ବେଗ ୧୮୫ କିମି ରହିଥିଲା। ସୁସୁ ପବନ ସାଙ୍ଗକୁ ପ୍ରବଳ ବର୍ଷା ପଶ୍ଚିମବଙ୍ଗର ମେଦିନିପୁର, ୨୪ ଦକ୍ଷିଣ ପ୍ରଗଣା, ସାଗର ଦ୍ୱୀପପୁଞ୍ଜ ସମେତ ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଛି। ବର୍ତ୍ତମାନ ସୁଦ୍ଧା ଅମ୍ଫାନ ମାଡ଼ରେ ପଶ୍ଚିମବଙ୍ଗରେ ୪ ଜଣଙ୍କ ଜୀବନ […]

xd

xd

Hemant Lenka
  • Published: Wednesday, 20 May 2020
  • Updated: 20 May 2020, 08:15 PM IST

Sports

Latest News

କୋଲକାତା: ଓଡ଼ିଶାରେ ତାଉ ଦେଖାଇ ପଶ୍ଚିମବଙ୍ଗରେ ତାଣ୍ଡବ ରଚିଛି ବାତ୍ୟା ଅମ୍ଫାନ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟା ଅମ୍ଫାନ ପଶ୍ଚିମବଙ୍ଗ ସୁନ୍ଦରବନରେ ମାଡ଼ ହୋଇଛି। ଲ୍ୟାଣ୍ଡଫଲ କରିବା ବେଳେ ପବନର ସର୍ବାଧିକ ବେଗ ୧୮୫ କିମି ରହିଥିଲା।

ସୁସୁ ପବନ ସାଙ୍ଗକୁ ପ୍ରବଳ ବର୍ଷା ପଶ୍ଚିମବଙ୍ଗର ମେଦିନିପୁର, ୨୪ ଦକ୍ଷିଣ ପ୍ରଗଣା, ସାଗର ଦ୍ୱୀପପୁଞ୍ଜ ସମେତ ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଛି। ବର୍ତ୍ତମାନ ସୁଦ୍ଧା ଅମ୍ଫାନ ମାଡ଼ରେ ପଶ୍ଚିମବଙ୍ଗରେ ୪ ଜଣଙ୍କ ଜୀବନ ଯାଇଛି। ସେମାନଙ୍କ ମଧ୍ୟରୁ ଉତ୍ତର ୨୪ ପ୍ରଗଣାର ମିନାଖା ଠାରେ ଜଣେ ୫୫ ବର୍ଷୀୟ ମହିଳା ଗଛ ପଡ଼ିବା ଯୋଗୁ ପ୍ରାଣ ହରାଇଛନ୍ତି। ସେହିପରି ହାୱଡାରେ ଜଣେ ୧୩ ବର୍ଷୀୟ ଝିଅ ଦେହରେ ଉଡ଼ନ୍ତା ଟିଣ ମାଡ଼ ହେବାରୁ ତାଙ୍କର ଜୀବନ ଯାଇଛି। ତେବେ ଅନ୍ୟ ୨ ମୃତକଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

ହାୱଡା ଠାରେ ଥିବା ଏକ ବିରାଟ ପାଚେରୀ ଭୁଶୁଡ଼ି ପଡ଼ିବାରୁ ପାର୍କିଂ ହୋଇଥିବା ଏକାଧିକ କାର ଭାଙ୍ଗିରୁଜି ଚୁରମାର ହୋଇଯାଇଛି। ଏଥିସହ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି। ପ୍ରାଥମିକ ଆକଳନ ଅନୁଯାୟୀ, ୩ଶହରୁ ଅଧିକ ଗଛ ଓ ୨୦୦ରୁ ଅଧିକ ବିଜୁଳି ଖୁଣ୍ଟ ନଷ୍ଟ ହୋଇଯାଇଛି।

ଏହା ସହ କଚ୍ଚା ଠାରୁ ଆରମ୍ଭ କରି ଟିଣ ଛପର ଘର ମାଟିରେ ମିଶିଯାଇଛି। ପ୍ରକୃତିରେ ତାଣ୍ଡବରେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ବି ବ୍ୟାପକ କ୍ଷୟକ୍ଷତି ହୋଇଛି। ସନ୍ଧ୍ୟା ପ୍ରାୟ ୭ଟା ବେଳେ ଅମ୍ଫାନ କୋଲକାତାରେ ତା’ର ପ୍ରଭାବ ଦେଖାଇଥିଲା। ଘଣ୍ଟାପ୍ରତି ୧୧୦ କିମି ବେଗରେ ଦୋହଲିଥିଲା ପୂରା ସହର।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ପ୍ରାୟ ୨ଟା୩୦ରୁ ବାତ୍ୟା ଅମ୍ଫାନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସାଗର ଦ୍ୱୀପର ନିକଟତର ହୋଇ ଏହା ଦିଘା ଏବଂ ବାଂଲାଦେଶର ହତିଆ ମଝିରେ ଥିବା ସୁନ୍ଦରବନରେ ମାଡ଼ ହୋଇଥିଲା। ସଂପୂର୍ଣ୍ଣ ଲ୍ୟାଣ୍ଡଫଲ ପାଇଁ ଅମ୍ଫାନ ପ୍ରାୟ ୪ ଘଣ୍ଟାର ସମୟ ନେଇଥିଲା।

ବାତ୍ୟାର ଆଖି ଯେତିକି ନିକଟତର ହେଉଥିଲା, ପବନର ବେଗ ଓ ବର୍ଷାର ପରିମାଣ ସେତିକି ବଢ଼ୁଥିଲା। ପ୍ରଥମେ ଘଣ୍ଟାପ୍ରତି ୧୧୦ରୁ ୧୨୦ କିମି ବେଗରେ ପବନ ବହିଥିଲା। ହେଲେ ସୁନ୍ଦରବନରେ ମାଡ଼ ହେବା କ୍ଷଣି ଏହାର ବେଗ ଘଣ୍ଟାପ୍ରତି ୧୬୫କମିରେ ପହଞ୍ଚି ଯାଇଥିଲା। ଗଷ୍ଟିଂ ସ୍ପିଡ୍ ୧୮୫ କିଲୋମିଟର ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।

ପ୍ରଥମେ ବାତ୍ୟାର ଆଖି ଓ୍ୱାଲ କ୍ଲାଉଡ ବା ବାହ୍ୟ ଭାଗ ସ୍ଥଳଭାଗ ଛୁଇଁଥିଲା। ଏହାର ଦୈର୍ଘ୍ୟ ପ୍ରାୟ ୧୨୦ କିଲୋମିଟର ରହିଥିଲା। ଏହି ସମୟରେ ବାତ୍ୟା ଅମ୍ପନର ଆଖି ପ୍ରାୟ ୪୦ କିଲୋମିଟର ବ୍ୟାସ ବିଶିଷ୍ଠ ଥିଲା। ଲ୍ୟାଣ୍ଡଫଲ ଆରମ୍ଭ ହେବା ବେଳେ ଏହା ଘଣ୍ଟାପ୍ରତି ପ୍ରାୟ ୨୫ରୁ ୩୦ କିଲୋମିଟର ବେଗରେ ଗତି କରୁଥିଲା।

ବାତ୍ୟା ପ୍ରଭାବରେ କେଉଁଠି ଟିଣ ଉଡ଼ୁଥିଲା ତ ଆଉ କେଉଁଠି ମୋଟା ମୋଟା ଗଛ ମୂଳୁରୁ ଉପୁଡ଼ି ପଡ଼ିଥିଲା। ପ୍ରକୃତିର ତାଣ୍ଡବ ଆଗରେ ଏକ ପ୍ରକାରର ଅସହାୟ ହୋଇପଡ଼ିଥିଲା ମଣିଷ।

ଭାରତୀୟ ପାଣିବାଗର ସୂଚନା ଅନୁଯାୟୀ, ଅମ୍ଫାନର ଆଖି ଏବେ ସାଗର ଦ୍ୱୀପପୁଞ୍ଜ ଠାରୁ ୩୫ କିମି ଉତ୍ତରପୂର୍ବ ଦିଗରେ ରହିଛି। ସେହିପରି କୋଲକାତା ଠାରୁ ୭୦ କିମି ଓ ଦିଘା ଠାରୁ ୯୫ କିମି ଦୂରରେ ରହିଛି। ଆସନ୍ତା ୨ ଘଣ୍ଟା ଯାଏ ପଶ୍ଚିମବଙ୍ଗରେ ୧୪୦ରୁ ୧୫୦ କିମି ଓ ବେଳେବେଳେ ଘଣ୍ଟାପ୍ରତି ୧୬୫ କିମି ବେଗରେ ପବନ ବହିବ।
https://twitter.com/i/status/1263100264187179008
ହାୱଡା, ହୁଗୁଳି ଓ କୋଲକାତାରେ ୨ ଘଣ୍ଟା ଯାଏ ଅମ୍ଫାନର ପ୍ରଭାବ ଦେଖିବାକୁ ମିଳିବ। ସେହିପରି ପଶ୍ଚିମ ମେଦିନାପୁର, ବର୍ଦ୍ଧମାନ ଓ ମୁର୍ଶିଦାବାଦରେ ୨ ଘଣ୍ଟା ଯାଏ ଘଣ୍ଟାପ୍ରତି ୮୦ରୁ ୯୦ କିମି ଓ ଗଷ୍ଟିଂ ୧୦୦ କିମି ରହିବ। ସେହିପରି ଓଡ଼ିଶାର ବାଲେଶ୍ୱରରେ ଆସନ୍ତା ୩ ଘଣ୍ଟା ପାଇଁ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୯୦ କିମି ରହିବ ବୋଲି ବିଭାଗ ଆକଳନ କରିଛି।
https://twitter.com/i/status/1263074282621583361

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story