ମାଡ଼ି ଆସୁଛି ବାତ୍ୟା! ଅମଳ ଫସଲକୁ ଖଳାକୁ ନେବା ପାଇଁ ସତର୍କ କଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ହୋଇପାରେ ବାତ୍ୟା। ଓଡ଼ିଶା ଛୁଇଁବାକୁ ମଝିରେ ଆଉ ମାତ୍ର ୨ ଦିନ ଥିବାରୁ ଚାଷୀ ଏବେ ଲାଭକ୍ଷତି ହିସାବ ନକରି ଯେମିତି ବି ହେଉ ଫସଲ ଅମଳ କରିବାରେ ଲାଗିଛନ୍ତି। ଉମରକୋଟର ମକାଚାଷୀ ମଧ୍ୟ କଞ୍ଚା ମକାକୁ ଘର ଭିତରକୁ ଉଠାଇ ନେଉଛନ୍ତି। ଏପଟେ ସଚିବାଳୟରେ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବର୍ଷା ପୂର୍ବରୁ ଧାନକାଟି ଖଳାକୁ ନେଇଯିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି। ଏସନ ଚାଷୀ ଅଣ୍ଟାର […]

cyclone

cyclone

Rakesh Mallick
  • Published: Monday, 04 December 2017
  • Updated: 04 December 2017, 09:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ହୋଇପାରେ ବାତ୍ୟା। ଓଡ଼ିଶା ଛୁଇଁବାକୁ ମଝିରେ ଆଉ ମାତ୍ର ୨ ଦିନ ଥିବାରୁ ଚାଷୀ ଏବେ ଲାଭକ୍ଷତି ହିସାବ ନକରି ଯେମିତି ବି ହେଉ ଫସଲ ଅମଳ କରିବାରେ ଲାଗିଛନ୍ତି। ଉମରକୋଟର ମକାଚାଷୀ ମଧ୍ୟ କଞ୍ଚା ମକାକୁ ଘର ଭିତରକୁ ଉଠାଇ ନେଉଛନ୍ତି। ଏପଟେ ସଚିବାଳୟରେ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବର୍ଷା ପୂର୍ବରୁ ଧାନକାଟି ଖଳାକୁ ନେଇଯିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି।

ଏସନ ଚାଷୀ ଅଣ୍ଟାର ଜୁ ପରଖୁଛି ବିଧାତା। ମରୁଡ଼ି, ଚକଡ଼ା ଓ ବର୍ଷା ମାଡ଼ ସହିଥିବା ଚାଷୀ ମନରେ ଏବେ ବାତ୍ୟା ଛନକା।  ଜୀବନ ବିକଳରେ ଲାଗିପଡ଼ିଛି ବାକି ଫସଲ ବଞ୍ଚାଇବାକୁ। ଧାନ ଅମଳ ପାଇଁ କିଏ ମଜୁରି କରିଛି ତ ଆଉ କିଏ ଭଡ଼ାରେ ହାର୍ଭେଷ୍ଟର୍ ଆଣିଛି। ଖଳାରେ ବି ମେସିନ୍‌ରେ ଧାନ ଝାଡ଼ିବାକୁ ଚାଲିଛି ଜୋରଦାର କସରତ। ଧାନ ବିକ୍ରିରୁ ଏସବୁ ଖର୍ଚ୍ଚ ଉଠିବ କି ନାହିଁ, ତା ବି ସନ୍ଦେହ। ସେପଟେ ସମ୍ଭାବ୍ୟ ବାତ୍ୟାକୁ ଆଉ ୨ଦିନ ଥିବା ବେଳେ, ଚିନ୍ତାରେ ନବରଙ୍ଗପୁର ଉମରକୋଟର ମକାଚାଷୀ। ଫସଲ ଅମଳ ହୋଇଯାଇ ଥିଲେ ମଧ୍ୟ ଏଯାଏଁ ଠିକ୍‌ରେ ଶୁଖି ପାରିନି। ଯାହା ଯେତିକି ଶୁଖିଛି, ବର୍ଷାବାତ୍ୟା ଭୟରେ ଚାଷୀକୁ ସେମିତି କଞ୍ଚା ମକାକୁ ସାଇତିବାରେ ଲାଗିପଡ଼ିଛି।

ଏପଟେ ସମ୍ଭାବ୍ୟ ବର୍ଷା ମୁକାବିଲା ପାଇଁ ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ୧୮ଟି ଜିଲ୍ଲାକୁ ସତର୍କ କରାଯିବା ସହ ଦକ୍ଷିଣ ଓ ଉପକୂଳ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କ୍ଷେତ୍ର ପରିଦର୍ଶନ କରି ମାଇକ୍ ଯୋଗେ ଲୋକଙ୍କୁ ସତର୍କ କରିବାକୁ ବ୍ୟବସ୍ଥା କରିବାକୁ କୁହାଯାଇଛି।  ଏଥିସହ ଡିସେମ୍ବର ୧୫ ସୁଦ୍ଧା ଇନ୍‌ପୁଟ୍‌ ସବସିଡି ବଣ୍ଟନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଇନପୁଟ ସବ୍‌ସିଡି ବାବଦରେ ଚାଷୀଙ୍କୁ ୬୨ କୋଟି ଟଙ୍କା  ଅନ୍‌ଲାଇନ୍‌ ଟ୍ରାନ୍ସଫର୍ କରାଯାଇଥିବା ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି। ଆଜିର ବୈଠକରେ ଏସ୍‌ଆରସି, କୃଷି ସଚିବ ଓ ପାଣିପାଗ ନିର୍ଦ୍ଦେଶକ ପ୍ରମୁଖ ଯୋଗଦେଇଥିଲେ।

ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି-“ମାଲକାନଗିରିକୁ ଛାଡ଼ିଦେଲେ ରାଜ୍ୟର ସମସ୍ତ ଜିଲ୍ଲା ପ୍ରଭାବିତ ହୋଇଛି। ତେଣୁ ଡିସେମ୍ୱର ୧୫ ତାରିଖ ସୁଦ୍ଧା ଇନ୍‌ପୁଟ୍‌ ସବ୍‌ସିଡି ରାଶି ପ୍ରଦାନ କରିବାକୁ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି-“ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଆସନ୍ତା ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୭ ତାରିଖରେ କମ୍‌ ବର୍ଷା ହେବ। ୮ ଓ ୯ ତାରିଖରେ ବର୍ଷାର ପରିମାଣ ଅଧିକ ରହିବ। ଗଜପତି, ଗଞ୍ଜାମ, ଖୋର୍ଦ୍ଧା, କଟକ, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ବର୍ଷାର ପ୍ରଭାବ ଅଧିକ ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos