କୋର୍ଟର ହାଜର ହେଲେ ଡି’ବ୍ରଦର୍ସ

କଟକ: ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କୁ ଆଜି କଟକ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା। ଦୁଇଟି ମାମଲାରେ ଆଜି ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସେମାନଙ୍କର ସିଡିଏ ସ୍ଥିତ ଘରୁ ପ୍ରାୟ ୧୨ ଲିଟର ବିଦେଶୀ ମଦ ମିଳିବା ଘଟଣାରେ କଟକ ମର୍କତନଗର ଥାନାରେ ଗୋଟିଏ ମାମଲା ରୁଜୁ ହୋଇଥିବା ବେଳେ ବିଶାଖାପାଟଣା ସ୍ଥିତି ଭଡ଼ା ଘରୁ ନକଲି ପ୍ୟାନ୍ କାର୍ଡ ମିଳିବା ନେଇ ଲାଲ୍‌ବାଗ ଥାନାରେ ଆଉ ଏକ ମାମଲା ରୁଜୁ କରାଯାଇଥିଲା। ଉଭୟ ମାମଲାରେ ପୋଲିସ୍ ଚାର୍ଜସିଟ୍ ଦାଖଲ କରିସାରିଥିବା ବେଳେ ଆଜି ଚାର୍ଜଫ୍ରେମ୍ କରାଯାଇଛି

ଡି’ବ୍ରଦର୍ସ ଓ ସେମାନଙ୍କ ସହଯୋଗୀଙ୍କ ବିରୁଦ୍ଧରେ କମିଶନରେଟ୍ ପୋଲିସ୍ ମୋଟ ୨୨ଟି ମାମଲା ରୁଜୁ କରିଥିବା ବେଳେ ସେଥିରୁ ୧୯ଟିରେ ଚାର୍ଜସିଟ୍ ଦାଖଲ କରିଛି। ବାକି ୩ଟି ମାମଲାରେ ଖୁବ୍‌ଶୀଘ୍ର ଚାର୍ଜସିଟ୍ ଦାଖଲ କରାଯିବ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି।