ଡି’ ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ ସୁଧୀର ଚୌଧୁରୀ ଗିରଫ

କଟକ: ଡ଼ି’ ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀକୁ କମିଶନରେଟ୍ ପୋଲିସ୍ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସୁଧୀର ଚୌଧୁରୀ। ସୁଧୀର କାନ୍ତିଆ କନଷ୍ଟ୍ରକ୍ସନ୍ ନାଁରେ ଏକ କମ୍ପାନୀ ଚଳାଉଥିବା ବେଳେ ଡି’ ବଦ୍ରର୍ସ ସହ ମିଶି ବ୍ୟବସାୟୀ ମଧ୍ୟ କରୁଥିଲା। ସୁଧୀରଙ୍କୁ ଗିରଫ ବେଳେ କମିଶନରେଟ୍ ପୋଲିସକୁ ଅନେକ ତଥ୍ୟ ମିଳିଥିବା ସୂଚନା ମିଳିଛି। ସୁଧୀର ଚୌଧୁରୀଙ୍କୁ ମିଶାଇ ଡି’ ବ୍ରଦର୍ସ ଲିଙ୍କରେ ପୋଲିସ୍ ଏଯାଏଁ ମୋଟ ୧୪ ଜଣଙ୍କୁ ଗିରଫ କରିଛି। ପୋଲିସ୍ […]

d-brothers

d-brothers

Rakesh Mallick
  • Published: Saturday, 27 February 2016
  • Updated: 27 February 2016, 09:19 AM IST

Sports

Latest News

କଟକ: ଡ଼ି’ ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀକୁ କମିଶନରେଟ୍ ପୋଲିସ୍ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସୁଧୀର ଚୌଧୁରୀ। ସୁଧୀର କାନ୍ତିଆ କନଷ୍ଟ୍ରକ୍ସନ୍ ନାଁରେ ଏକ କମ୍ପାନୀ ଚଳାଉଥିବା ବେଳେ ଡି’ ବଦ୍ରର୍ସ ସହ ମିଶି ବ୍ୟବସାୟୀ ମଧ୍ୟ କରୁଥିଲା। ସୁଧୀରଙ୍କୁ ଗିରଫ ବେଳେ କମିଶନରେଟ୍ ପୋଲିସକୁ ଅନେକ ତଥ୍ୟ ମିଳିଥିବା ସୂଚନା ମିଳିଛି। ସୁଧୀର ଚୌଧୁରୀଙ୍କୁ ମିଶାଇ ଡି’ ବ୍ରଦର୍ସ ଲିଙ୍କରେ ପୋଲିସ୍ ଏଯାଏଁ ମୋଟ ୧୪ ଜଣଙ୍କୁ ଗିରଫ କରିଛି।

ପୋଲିସ୍ ଗତକାଲି ଧଳ ସାମନ୍ତ ବ୍ରଦର୍ସ ରହୁଥିବା ପୋଖରୀପୁଟ୍ ସ୍ଥିତ ଘର ମାଲିକଙ୍କୁ ମଧ୍ୟ ପଚରାଉଚୁରା କରିଛି। ଡି’ ବଦ୍ରର୍ସଙ୍କ ଲିଙ୍କ ଅଭିଯୋଗରେ ଗିରଫ ସଂଗ୍ରାମ, ପିଣ୍ଟା, ଲିଟୁଆ ଓ ଭାରତଙ୍କ ନାଁରେ ପୋଲିସ୍ ଆଉ ଏକ ନୂଆ ମାମଲା ରୁଜୁ କରିଥିବା କଟକ ଡିସିପି ସୂଚନା ଦେଇଛନ୍ତି। ଆସନ୍ତାକାଲି ଧଳସାମନ୍ତ ଭାତ୍ରାଙ୍କ ରିମାଣ୍ଡ ଅବଧି ଶେଷ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos