ଡି’ ବ୍ରଦର୍ସଙ୍କ ଗିରଫ ପରେ ଅପରାଧୀଙ୍କ ବିରୋଧରେ ପୋଲିସର ତନାଘନା

ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ଅପରାଧୀ ଡି’ ବ୍ରଦର୍ସଙ୍କ ଗିରଫ ପରେ କମିଶନରେଟ୍‌ ପୋଲିସ ଅପରାଧୀଙ୍କ ବିରୋଧରେ ତା’ର କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି। କଟକ ସମେତ ଉପକୂଳ ଓଡ଼ିଶାର ୬ଟି ଜିଲ୍ଲାରେ ଧରପଗଡ଼ ଚାଲିଛି। ପ୍ରାୟ ଶହେ ଅପରାଧୀଙ୍କୁ ଗିରଫ କରାଯାଇଛି। ସେହିପରି କୋର୍ଟଙ୍କ ଅନୁମତି ପରେ ପୋଲିସ ମାଲଗୋଦାମ ଡାଲି ବ୍ୟବସାୟୀ ଶେଖ୍‌ ଫାରୁକ ହତ୍ୟା ମାମଲାକୁ ପୁଣି ଖୋଲିଛି। ଡି’ ବ୍ରଦର୍ସଙ୍କ ଗିରଫ ପରେ ପୋଲିସ ତତ୍ପର ହୋଇ ଉଠିଛି। ବହୁ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ପୋଲିସ ଧରିବାକୁ […]

d-brothers

d-brothers

Rakesh Mallick
  • Published: Monday, 22 February 2016
  • Updated: 22 February 2016, 04:17 PM IST

Sports

Latest News

ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ଅପରାଧୀ ଡି’ ବ୍ରଦର୍ସଙ୍କ ଗିରଫ ପରେ କମିଶନରେଟ୍‌ ପୋଲିସ ଅପରାଧୀଙ୍କ ବିରୋଧରେ ତା’ର କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି। କଟକ ସମେତ ଉପକୂଳ ଓଡ଼ିଶାର ୬ଟି ଜିଲ୍ଲାରେ ଧରପଗଡ଼ ଚାଲିଛି। ପ୍ରାୟ ଶହେ ଅପରାଧୀଙ୍କୁ ଗିରଫ କରାଯାଇଛି। ସେହିପରି କୋର୍ଟଙ୍କ ଅନୁମତି ପରେ ପୋଲିସ ମାଲଗୋଦାମ ଡାଲି ବ୍ୟବସାୟୀ ଶେଖ୍‌ ଫାରୁକ ହତ୍ୟା ମାମଲାକୁ ପୁଣି ଖୋଲିଛି।

ଡି’ ବ୍ରଦର୍ସଙ୍କ ଗିରଫ ପରେ ପୋଲିସ ତତ୍ପର ହୋଇ ଉଠିଛି। ବହୁ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ପୋଲିସ ଧରିବାକୁ ସକ୍ଷମ ହୋଇଛି। ଘଟଣାର ତଦନ୍ତ ବେଳେ ବହୁ କୁଖ୍ୟାତ ଅପରାଧୀଙ୍କ ନାଁ ପଦାକୁ ଆସୁଛି। ଖାଲି ସେତିକି ନୁହେଁ ଗିରଫ ଭୟରେ ବହୁ ଅପରାଧୀ ଏବେ ନିଜ ଅଞ୍ଚଳ ଛାଡି ଦେଇଥିବା ଜଣାପଡିଛି। ପୁରୀରୁ ସର୍ବଧିକ ୩୨ଜଣ ଅପରାଧୀଙ୍କୁ ଧରାଯାଇଛି। ସେହିପରି କେନ୍ଦ୍ରାପଡାରୁ ୨୩, ଜଗତସିଂହପୁରରୁ ୧୫, ଯାଜପୁର ଓ ଖୋର୍ଦ୍ଧାରୁ ୫, ନୟାଗଡ଼ରୁ ୬ ଏବଂ କଟକ ଗ୍ରାମାଞ୍ଚଳରୁ ୮ଜଣଙ୍କୁ ଧରାଯାଇଛି।

କେନ୍ଦ୍ରାଞ୍ଚଳ ଆଇଜି ଆର.ପି. କୋଚେ କହିଛନ୍ତି, “ପୋଲିସ କାର୍ଯ୍ୟାନୁଷ୍ଠାନ ଭୟରେ କଟକ ସହରର ବହୁ କୁଖ୍ୟାତ ଅପରାଧୀ ଆତ୍ମଗୋପନ କରିଛନ୍ତି, ଶୀଘ୍ର ସେମାନଙ୍କୁ ଧରାଯିବ।”

କଟକ ମାଲଗୋଦାମ ଡାଲି ବ୍ୟବସାୟୀ ଶେଖ ଫାରୁକ୍‌ ହତ୍ୟା ମାମଲା ପୁଣି ଚାଲୁ କରିବାକୁ କଟକ ଏସ୍‌ଡିଜେଏମ୍‌ କୋର୍ଟ ପୋଲିସକୁ ଅନୁମତି ଦେଇଛନ୍ତି। ଏହି ମାମଲାରେ ଡି’ ବ୍ରଦର୍ସଙ୍କ ହାତ ଥିବା ନେଇ ତଥ୍ୟ ମିଳିବା ପରେ ଘଟଣାର ତଦନ୍ତ ପୁଣି ଆରମ୍ଭ କରାଯାଇଛି। ଏହି ହତ୍ୟା ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ବି କିଛି ଫେରାର ଅଛନ୍ତି। ସେହିପରି ଡି’ ଲିଙ୍କ ପାଇଁ ଗିରଫ ଭୁଆଁ ଓ ଯୁଗ କାନୁନ୍‌ଗୋକୁ ପୋଲିସ ଆଉ ଥରେ ରିମାଣ୍ଡରେ ନେବାକୁ ଆବେଦନ କରିବ।

କଟକ ଡିସିପି ସଞ୍ଜୀବ ଆରୋରା କହିଛନ୍ତି, “ଭୁଆଁ ନାଁରେ ବାଦାମବାଡି ଅଞ୍ଚଳରେ ଚାଲିଥିବା ଦାଦାବଟି ଆଦାୟ ବନ୍ଦ କରାଯାଉଛି। ଏଥିରେ ସମ୍ପୃକ୍ତ ଅପରାଧୀଙ୍କୁ ଶୀଘ୍ର ଧରାଯିବ। ଆମେ ଲୋକମାନଙ୍କୁ ଅନୁରୋଧ କରୁଛୁ, ଯଦି କାହା ପାଖରେ କିଛି ସୂଚନା ଅଛି ବିନା ଭୟରେ ଆମକୁ ଦିଅନ୍ତୁ”

ଧଳସାମନ୍ତ ମାମଲାରେ ୧୩ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଟିଟୋ ଗ୍ୟାଙ୍ଗର ୨ଜଣ ଅପରାଧୀ ଧରାପଡିଛନ୍ତି।

ଡି’ ବ୍ରଦର୍ସଙ୍କ କଟକ ନଗର ଯୁବକ ସଂଘର କାର୍ଯ୍ୟକ୍ରମରେ କିଛି କଳାକାରଙ୍କ ଯୋଗଦାନ ଓ କିଛି କଳାକାରଙ୍କ ଫଟୋକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତେବେ ଏ ସବୁ ଘଟଣାକୁ ନେଇ ଓଲିଉଡ୍‌ କଳାକାରଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏମାନେ କେବଳ କଳା ସହିତ ସମ୍ପୃକ୍ତ, ବ୍ୟକ୍ତିଗତ ଭାବେ ଅପରାଧୀଙ୍କ ସହ ଯୋଡା ଯିବା ଉଚିତ୍‌ ନୁହେଁ ବୋଲି ବହୁ କଳାକାର ମତ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story