ଡି’ ବ୍ରଦର୍ସଙ୍କୁ ନେଇ ବିଜେଡି, ବିଜେପିରେ ରାଜନୀତି ସରଗରମ

ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ଅପରାଧୀ ଡି’ ବ୍ରଦର୍ସଙ୍କ ରାଜନୈତିକ ସମ୍ପର୍କକୁ ନେଇ ଦୁଇ ଦଳ ବିଜେଡି ଓ ବିଜେପି ମଧ୍ୟରେ ଉଠୁଛି ଅନେକ ପ୍ରଶ୍ନ। ଡି’ ଡାଏରୀର ଖୁଲାସା କରିବାକୁ ଦାମୋଦର ରାଉତ କହିବା ପରେ ବିଜେଡିରେ ରାଜନୀତି ସରଗରମ ହୋଇଛି। ସେହିପରି ଦୁଇଭାଇଙ୍କ ଲୋକପ୍ରିୟତାକୁ ଦେଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୁଶୀଲଙ୍କ ରକ୍ତଦାନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଡାକିଥିବା ବିଜେପିର ବରିଷ୍ଠ ନେତା ସମୀର ଦେ କହିଛନ୍ତି। ଯାହା ଦୁଇଭାଇଙ୍କ ପତିଆରାକୁ ଜାହିର କରୁଛି। ଅବକାରୀ ମନ୍ତ୍ରୀ ଦାମୋଦର […]

dhala-brothers

dhala-brothers

Rakesh Mallick
  • Published: Wednesday, 03 February 2016
  • Updated: 04 February 2016, 04:14 AM IST

ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ଅପରାଧୀ ଡି’ ବ୍ରଦର୍ସଙ୍କ ରାଜନୈତିକ ସମ୍ପର୍କକୁ ନେଇ ଦୁଇ ଦଳ ବିଜେଡି ଓ ବିଜେପି ମଧ୍ୟରେ ଉଠୁଛି ଅନେକ ପ୍ରଶ୍ନ। ଡି’ ଡାଏରୀର ଖୁଲାସା କରିବାକୁ ଦାମୋଦର ରାଉତ କହିବା ପରେ ବିଜେଡିରେ ରାଜନୀତି ସରଗରମ ହୋଇଛି। ସେହିପରି ଦୁଇଭାଇଙ୍କ ଲୋକପ୍ରିୟତାକୁ ଦେଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୁଶୀଲଙ୍କ ରକ୍ତଦାନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଡାକିଥିବା ବିଜେପିର ବରିଷ୍ଠ ନେତା ସମୀର ଦେ କହିଛନ୍ତି। ଯାହା ଦୁଇଭାଇଙ୍କ ପତିଆରାକୁ ଜାହିର କରୁଛି।

ଅବକାରୀ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି, ଦୁଇ ଭାଇଙ୍କୁ ଗିରଫ କରିବା ବେଳେ ପୋଲିସ ଯେଉଁ ଡାଏରୀ ପାଇଛି ତାହାକୁ ସାର୍ବଜାନୀନ କରି ଦେଉନାହାନ୍ତି। ନାମ ସାର୍ବଜନୀନ ହେଉ ନ ଥିବାରୁ କଳ୍ପନାଜଳ୍ପନା କରାଯାଇ ନାଁ ଯୋଡା ଯାଉଛି, ଏହା ଠିକ ନୁହେଁ।

ଦାମଙ୍କ ଇସାରା କାହା ଆଡକୁ ସେ ସ୍ପଷ୍ଟ କରି ନ ଥିଲେ ବି ଏହାକୁ ନେଇ ବିଜେଡିରେ ଆଲୋଡନ ସୃଷ୍ଟି ହୋଇଛି। ଡି’ ବ୍ରଦର୍ସ ଗିରଫ ପରେ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ କହିଥିଲେ ସୁଶୀଲ ଜାମିନରେ ଆସି ଜଣେ ସାଧାରଣ ନାଗରିକ ଭାବେ ରହୁଥିଲେ। ତେବେ ପୋଲିସର ତଥ୍ୟରୁ ଜଣାପଡୁଛି ସୁଶୀଲ ନାଁରେ ଥିଲା ୱାରେଣ୍ଟ । ଦୀପୁ ହତ୍ୟାକାଣ୍ଡରେ ସୁଶୀଲ ନାଁରେ ରହିଥିଲା ଏହି ୱାରେଣ୍ଟ।

ତଦନ୍ତରୁ ଜଣାପଡିଛି, ତା’ ନାଁରେ ଗୋଟିଏ ମାମଲାରେ ମଧ୍ୟବର୍ତ୍ତିକାଳୀନ ରହିତାଦେଶ ଥିଲା। ୯ଟି ମାମଲାରେ କୋର୍ଟରୁ ସେ ଛାଡ ପାଇଥିଲା। ବଡଭାଇ ସୁଶାନ୍ତର ଅପରାଧ ତାଲିକା ଥିଲା ଲମ୍ବା। ମୋଟ ୧୩ଟି ମାମଲା ରହିଛି ତା’ ନାଁରେ। ଯେଉଁଥିରେ ହତ୍ୟା, ହତ୍ୟା ଉଦ୍ୟମ, ମାରଣାସ୍ତ୍ର ବ୍ୟବହାର ଓ ଦାଦାବଟି ପରି ସଙ୍ଗୀନ ମାମଲା ରହିଛି। କଟକର ବିଭିନ୍ନ ଥାନାରେ ଏ ନେଇ ମାମଲା ଥିଲେ ବି ପୋଲିସ ଆଖିରେ ଧୂଳି ଦେଇ ୨୦ବର୍ଷ ହେଲା ସୁଶାନ୍ତ ଫେରାର ଥିଲା। ସ୍ଥାନୀୟ ବିଧାୟକ ଭାବେ ଦେବାଶିଷ ସାମନ୍ତରାୟ ଏ ସମ୍ପର୍କରେ କିଭଳି ଜାଣିପାରିଲେ ନାହିଁ ସେ ନେଇ ମଧ୍ୟ ପ୍ରଶ୍ନ ଉଠୁଛି।

ସେହିପରି କଟକରେ ବିଜେପି ତା’ର ସ୍ଥିତି ସଜାଡିବାକୁ ଡି’ ବ୍ରଦର୍ସଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି। ବିଜେପିର ବରିଷ୍ଠ ନେତା ସମୀର ଦେଙ୍କ ମନ୍ତବ୍ୟରୁ ଏହା ଜଣାପଡୁଛି। ସେ କହିଛନ୍ତି ରାଜ୍ୟରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି। ଯୁବଶକ୍ତି ପତ୍ରିକାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ୪ଜଣ ମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ବାର୍ତ୍ତା ରହିଥିଲା। ତେଣୁ ଏପରି ଏକ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଲେ ଦଳର ପତିଆରା ବଢିବ ବୋଲି ଚିନ୍ତା କରିଥିଲି। ତେଣୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୁଶୀଲଙ୍କ ଦ୍ୱାରା ଆୟୋଜିତ ରକ୍ତଦାନ ଶିବିରକୁ ନେଇଥିଲି ବୋଲି ସେ କହିଛନ୍ତି।

କେନ୍ଦ୍ରରେ ବିଜେପି କ୍ଷମତାରେ ଥିବା ବେଳେ ଦଳକୁ ନିଜ ସ୍ଥିତି ସଜାଡିବାକୁ ଏହି ଦୁଇଭାଇଙ୍କ ଦ୍ୱାରସ୍ଥ ହେବାକୁ ପଡିଥିଲା। ଯାହା ସମୀର ଦେଙ୍କ ପ୍ରତିକ୍ରିୟାରୁ ସ୍ପଷ୍ଟ ହେଉଛି। ତେବେ କେବଳ ବିଜେପି ନୁହେଁ, ସବୁ ଦଳର ନେତା ରାଜନୈତିକ ଫାଇଦା ଉଠାଇବା ଲକ୍ଷ୍ୟରେ ହିଁ ଏମାନଙ୍କ ପାଖକୁ ଯାଉଥିବା କହାଯାଉଛି।

ଅନ୍ୟପକ୍ଷେ ଦୁଇ ଭାଇଙ୍କ ସମ୍ପର୍କରେ ନ ଜାଣି ସେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଧର୍ମେନ୍ଦ୍ର ପୂର୍ବରୁ ସଫେଇ ଦେଇ ସାରିଛନ୍ତି। ତେବେ ଧର୍ମେନ୍ଦ୍ର ଦୁଇଭାଇଙ୍କ କାର୍ଯ୍ୟକୁ ବାଇମୁଣ୍ଡିଙ୍କ ସହ ତୁଳନା କରିବାକୁ ବୁଦ୍ଧିଜୀବୀମାନେ ସହଜରେ ଗ୍ରହଣ କରିନାହାନ୍ତି।

ଯିଏ ଯାହା କହିଲେ ବି ଧଳସାମନ୍ତ ଭାଇଙ୍କ କଳାକାରନାମା ସମ୍ପର୍କରେ ରାଜନେତାମାନେ ଜାଣି ନ ଥିଲେ ତାହା ସହଜେ ଗ୍ରହଣୀୟ ନୁହେଁ। ସବୁ ଜାଣି ସେମାନେ ଏହି ଦୁଇ ଭାଇଙ୍କ ପାଖକୁ ଯାଉଥିଲେ। କାରଣ ଦୁଇ ଭାଇଙ୍କ ପାଖରେ ଥିଲେ ୫ ହଜାର ଯୁବକ। ଏହାସହ ଅର୍ଥ ଓ ବାହୁବଳ ମଧ୍ୟ ନେତାମାନଙ୍କୁ ଟାଣି ନେଉଥିଲା ସେମାନଙ୍କ ଦ୍ୱାରକୁ। ଯାହାକୁ ନେତାଏ ହାତଛଡା କରିବାକୁ ଚାହୁଁ ନ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos