ଡି’ ଲିଙ୍କ୍: ଆଶୀର୍ବାଦଙ୍କ ପୁଅକୁ ଜେରା

କଟକ: ଡି’ ଲିଙ୍କ୍ ଅଭିଯୋଗରେ ଆଶୀର୍ବାଦ ବେହେରାଙ୍କ ପୁଅ ତଥା ଫାଓ ସମ୍ପାଦକ ସଞ୍ଜୟ ବେହେରାଙ୍କୁ କମିଶନରେଟ୍ ପୋଲିସ୍ ଜେରା କରିଛି। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସଞ୍ଜୟଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖି ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରାଯାଇଥିବା ସୂଚନା ମିଳିଛି। ସୁଶିଲ ଧଳସାମନ୍ତଙ୍କ ସହ ମିଶି ସଞ୍ଜୟ ବ୍ୟବସାୟ କରୁଥିବା ପୋଲିସ୍ ସୂଚନା ପାଇବା ପରେ  ତାଙ୍କୁ ଗତ ୯ ତାରିଖ ଦିନ ଥାନାରେ ହାଜର ହେବାକୁ କମିଶନରେଟ୍ ପୋଲିସ୍ ନୋଟିସ୍ ଜାରି କରିଥିଲା। ସଞ୍ଜୟଙ୍କୁ  ବିଜନେସ୍ ଲିଙ୍କ୍ ନେଇ ଜେରା କରାଯାଇଥିବା ସୂଚନା ମିଳିଛି।