ଦେବଦାସୀ ପ୍ରଥା ଉଚ୍ଛେଦ ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଗୃହମନ୍ତ୍ରାଳୟର ପରାମର୍ଶ

ପୁରୀ: ଦେବଦାସୀ ପ୍ରଥା ଉଚ୍ଛେଦ ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ଗୃହମନ୍ତ୍ରାଳୟ ତରଫରୁ ପରାମର୍ଶ ଦିଆଯାଇଛି। ଏହାକୁ ବନ୍ଦ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ ପ୍ରଣୟନ କରିପାରିବେ ବୋଲି କେନ୍ଦ୍ର ସରକାର ଚିଠି ଲେଖି ଜଣାଇଛନ୍ତି। ଏହି ପ୍ରଥା ଯୋଗୁଁ ମହିଳାଙ୍କ ସମ୍ମାନହାନି ହେଉଥିବା ଏଥିରେ ଉଲ୍ଲେଖ ରହିଛି। ଏପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଚିଠି ପହଞ୍ଚିନାହିଁ। ଶ୍ରୀମନ୍ଦିରରେ ଦେବଦାସୀ ପ୍ରଥା ଥିବା ବେଳେ ଦେବଦାସୀ ଶଶିମଣିଙ୍କ ପରଲୋକ ପରେ କେହି ଦେବଦାସୀ ନାହଁନ୍ତି। ସେହିପରି ଦେବଦାସୀ ହେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ କେହି ନିବେଦନ କରିନାହାନ୍ତି ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି।