ଦାବି ପୂରଣ ନ ହେଲେ ବିଧାନସଭା ଘେରିବ ହାବିଲଦାର୍ କନେଷ୍ଟବଳ ମହାସଂଘ

କଟକ: ମାସିକ ଦରମା, ଠିକା ନିଯୁକ୍ତି ବନ୍ଦ ଭଳି ୬ ଦଫା ଦାବିରେ ରାଜ୍ୟ ହାବିଲଦାର,କନଷ୍ଟେବଲ ଓ ସିପାହୀ ମହାସଂଘ ଆନ୍ଦୋଳନକୁ ଓହ୍ଲାଇବ। କଟକରେ ଏକ ସାମ୍ବାଦିକ ସମ୍ମିଳନୀରେ ମହାସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିଧାନସଭା ଅଧିବେଶନର ପ୍ରଥମ ଓ ଦ୍ୱିତୀୟ ଦିନରେ ମହାସଂଘର ସଦସ୍ୟମାନେ କଳାବ୍ୟାଜ ପିନ୍ଧି ଡ୍ୟୁଟିରେ ଯୋଗଦେବେ। ତୃତୀୟ ଦିନ ସୁଦ୍ଧା ଦାବି ପୂରଣ ନ ହେଲେ ବିଧାନସଭା ଘେରାଉ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।