ନିଜ ବୋମାରେ ନିଜେ ସଫା

ଭଞ୍ଜନଗର(ପ୍ରଦୀପ ସ୍ୱାଇଁ): ନିଜ ପକେଟ୍‌ରେ ରଖିଥିବା ବୋମା ଫୁଟିଯାଇ ଜଣେ ଡକାୟତର ମୃତ୍ୟୁ ଘଟିଛି। ଏହି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ।

ସୂଚନାଅନୁଯାୟୀ, ଭଞ୍ଜନଗରର ଘଣ୍ଟେଇପଲି ଠାରେ ଜଣେ ଗୋରୁ ବ୍ୟବସାୟୀଙ୍କୁ ଡକାୟତମାନେ ବାଟରେ ଅଟକାଇ ଓ ବନ୍ଧୁକ ଦେଖାଇ ଲକ୍ଷେ ଦଶ ହଜାର ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିଲେ। ପୁଲିସ୍‌ କୌଣସି ସୂତ୍ରରୁ ଏନେଇ ଖବର ପାଇ ଡକାୟତମାନଙ୍କ ପିଛା କରିଥିଲା। ଗୋଚ୍ଛାପଲ୍ଲୀ ନିକଟରେ ପୁଲିସ ସହ ଡକାୟତ ଗ୍ୟାଙ୍ଗ ମୁହାଁମୁହିଁ ହୋଇଥିଲେ। ଡକାୟତମାନେ ପୁଲିସକୁ ଚକମା ଦେଖାଇ ଖସିଯିବାକୁ ଉଦ୍ୟମ କଲାବେଳେ ଜଣେ ଡକାୟତର ବାଇକ୍‌ ସ୍ଲିପ୍‌ କରିଯାଇଥିଲା ଓ ସେ ତଳେ ପଡ଼ି ଯାଇଥିଲା ଏବଂ ସେ ତା’ ପକେଟରେ ରଖିଥିବା ବୋମାଟି ଫୁଟି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା। ପୁଲିସ୍‌ ଘଟଣାର ତଦନ୍ତ କରୁଛି।