ଦାଦନ ଖଟିବାକୁ ଯାଇ ଚେନ୍ନାଇରେ ନିର୍ଯାତନା ସହୁଛନ୍ତି ରାୟଗଡ଼ାର ୨ ଯୁବକ

ରାୟଗଡ଼ା:  ଚେନ୍ନାଇରେ ଦାଦନ ଖଟିବାକୁ ଯାଇ ରାୟଗଡ଼ଶ ଜିଲ୍ଲାର ୨ ଜଣ ଯୁବକ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ ହୋଇଛି। ଯୁବକ ଦ୍ୱୟ ହେଲେ ବିଷମକଟକ ବ୍ଲକ ବକ୍ସିଶିରିପୁର ଗାଁର ନୀଳମାଧବ ନାୟକ ଏବଂ ଅଜିତ ରଣା। ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି।

ଅଭିଯୋଗ ଅନୁସାରେ ଗତ ମେ’ ମାସରେ ଗାଁର ୫ ଜଣ ଯୁବକ କାମ ଅନ୍ୱେଷଣରେ ଚେନ୍ନାଇ ଯାଇଥିଲେ। ସେଠାରେ ଜଣେ ଦଲାଲ ଦୈନିକ ୪୫୦ ଟଙ୍କା ମଜୁରୀ ମିଳିବ କହି ଏକ ସ୍ପେୟାର ପାର୍ଟ୍ସ କମ୍ପାନୀରେ କାମରେ ଲଗାଇ ଥିଲେ। କିଛିଦିନ କାମ କରିବା ପରେ କମ୍ପାନୀ ମାଲିକ ଜୋରଜବରଦସ୍ତ ସେମାନଙ୍କ ମୋବାଇଲ ଓ ପାଖରେ ଥିବା ଟଙ୍କା ନେଇ ଯାଇଥିଲେ। ଏହାସହ ସେମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା। ସେମାନଙ୍କ ମଧ୍ୟରୁ ୩ ଜଣ କୌଣସି ପ୍ରକାରେ ଖସି ଗାଁକୁ ପଳାଇ ଆସିଥିଲେ। ଏବେ ଅନ୍ୟ ୨ ଜଣ ସେଠାରେ ବନ୍ଦ ଭାବେ ରହି ନିର୍ଯାତନା ପାଉଥିବା ସେମାନେ ଆସିବା ପରେ କହିଛନ୍ତି।

ରାୟଗଡ଼ା ସହକାରୀ ଶ୍ରମ ଅଧିକାରୀ କୁମୁଦରଞ୍ଜନ ଦାସ କହିଛନ୍ତି, “ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରାଯାଇଛି। ଶୀଘ୍ର ସେମାନଙ୍କୁ ଚେନ୍ନାଇରୁ ଉଦ୍ଧାର କରାଯାଇ ଅଣାଯିବ।”

ଆହୁରି ପଢ଼ନ୍ତୁ

୮ ପଞ୍ଚାୟତରୁ ଆଉ ୩୩ ‘କରୋନା’ ଆକ୍ରାନ୍ତ ଚିହ୍ନଟ, ୩୧ ଲୋକାଲ୍‌ କେସ୍‌

ମହିଳାଙ୍କୁ ଦୁଷ୍ମର୍ମ ଓ ହତ୍ୟା ରିପୋର୍ଟ ବଦଳାଇବାକୁ ପୁଲିସ ଚାପ ପକାଉଛି : ବିଜେପି

ଜିରୋନ୍‌ ମିସ୍‌ ଇଣ୍ଡିଆ ସେମିଫାଇନାଲ୍‌ରେ ଚମକିବେ ଓଡ଼ିଆ ଝିଅ ପ୍ରାଞ୍ଜଲ

୩ ଆଇଏଏସଙ୍କୁ ‘କୋଭିଡ୍ ’ ଦାୟିତ୍ୱ

‘କରୋନା’ ମୁକାବିଲା ପାଇଁ ଏଣିକି ୮ ହଜାର ଟେଷ୍ଟ ପାଇଁ ନିଷ୍ପତ୍ତି

ପ୍ରବାସୀ ଓଡ଼ିଆ ଦମ୍ପତିଙ୍କ ମୃତ୍ୟୁ: ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେପି

ରାଜ୍ୟରେ ଆଜି ରେକର୍ଡ ୫୬୫ କରୋନା ଆକ୍ରାନ୍ତ ସୁସ୍ଥ

ପ୍ରକାଶ ପାଇଲା ICSE ଦଶମ ଓ ISC ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ

ଘୋଷଣା ହେଲା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର; ଏଥର ଏମାନେ ସମ୍ମାନିତ ହେବେ

ରାଏବୋଗା ପଞ୍ଚାୟତ ୪୮ ଘଣ୍ଟା ଶଟ୍‌ଡାଉନ୍

ସମ୍ବଲପୁରରେ ଚାଞ୍ଚଲ୍ୟ, ବ୍ୟବସାୟୀଙ୍କୁ ଅପହରଣ

୪୮ ଘଣ୍ଟା ପାଇଁ ବନ୍ଦ ରହିବ ‘ପୁଲିସ ସେବା ଭବନ’