ଦେଖିବାକୁ ମିଳିଲା ସୁପରମୁନ୍‌  

ଭୁବନେଶ୍ୱର: ଦୀର୍ଘ ୭୦ ବର୍ଷ ପରେ ଆଜି ରାତିରେ ଦେଖିବାକୁ ମିଳିଛି ସୁପରମୁନ୍‌ (ପୂର୍ଣ୍ଣ ଚନ୍ଦ୍ର)। ଅନ୍ୟଦିନ ଅପେକ୍ଷା ଆଜି ଚନ୍ଦ୍ର ୧୪ ପ୍ରତିଶତ ଅଧିକ ବଡ଼ ଓ ୩୦ ପ୍ରତିଶତ ଅଧିକ ଉଜ୍ଜ୍ୱଳ ଦେଖାଯାଉଛି। ଏକ ବିଂଶ ଶତାବ୍ଦୀରେ ଏହା ସବୁଠୁ ଉଜ୍ଜ୍ୱଳ ଚନ୍ଦ୍ର ବୋଲି କହିଛନ୍ତି ମହାକାଶ ବିଜ୍ଞାନୀ। ଚନ୍ଦ୍ର ଆଜି ପୃଥିବୀର ଅତି ନିକଟତର ହୋଇ ପାଖାପାଖି ୪୮,୨୮୦ କିମି ଅର୍ଥାତ ୩୦,୦୦୦ ମାଇଲ ଦୂରରେ ରହିଛି।

ବିଶ୍ୱର ପ୍ରାୟ ସମସ୍ତ ଦେଶରେ ଲୋକମାନେ ଚନ୍ଦ୍ରକୁ ଅପେକ୍ଷାକୃତ ଅଧିକ ଉଜ୍ଜଳ ଓ ବଡ଼ ଆକୃତିରେ ଦେଖିଛନ୍ତି।

୧୯୪୮ ମସିହା ଜାନୁଆରୀରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।

ଏଭଳି ବିରଳ ଦୃଶ୍ୟ ପୁଣି ୨୦୩୪ ମସିହା ନଭେମ୍ୱର ୨୫ ତାରିଖରେ ଦଶ୍ୟମାନ ହେବ।