ଡାଲି ଉତ୍ପାଦନ ବୃଦ୍ଧି ନେଇ ୪ ସଂସ୍ଥାଙ୍କ ସହ ସରକାରଙ୍କ ଚୁକ୍ତି

ଭୁବନେଶ୍ୱର: ରାଜ୍ୟରେ ଡାଲି ଉତ୍ପାଦନ ବୃଦ୍ଧି ସାଙ୍ଗକୁ ଉନ୍ନତମାନର ବିହନ ଉତ୍ପାଦନ ପାଇଁ ଆଜି ରାଜ୍ୟ କୃଷି ବିଭାଗ ୪ଟି ଏମ୍‌ଓୟୁ ସ୍ୱାକ୍ଷର କରିଛି। ବିଶେଷ କରି ରାଜ୍ୟରେ ମୁଗ, ବିରି ଓ ମକା ଉତ୍ପାଦନ ବୃଦ୍ଧି ନେଇ ହୋଇଥିବା ଏହି ୪ଟି ଏମ୍‌ଓୟୁ ମଧ୍ୟରେ ୩ଟି ଅର୍ନ୍ତଜାତୀୟ ସଂସ୍ଥାଙ୍କ ସହିତ ସ୍ୱାକ୍ଷର ହୋଇଛି। ଏସବୁ ସଂସ୍ଥାଗୁଡିକ ହେଲା AVRDC, ICARDA,CIMMYT ଓ NSC। ଏସବୁ ସଂସ୍ଥାଙ୍କ ସହିତ ସ୍ୱାକ୍ଷର ହୋଇଛି। ଜିଲ୍ଲା ସ୍ତରରେ ଡାଲି ଉତ୍ପାଦନ ବୃଦ୍ଧି ପାଇଁ ଚାଷୀଙ୍କୁ ଉନ୍ନତ ମାନର ବିହନ ଯୋଗାଇବା ସହ ଉତ୍ପାଦନ ବଢିବା ନେଇ ପଦକ୍ଷେପ ନେବେ।

ଆସନ୍ତା ୨ ବର୍ଷ ପର୍ଯ୍ୟନ୍ତ ଏସବୁ ସଂସ୍ଥା ଜିଲ୍ଲା ସ୍ତରରେ କାର୍ଯ୍ୟ କରିବେ। ଏଥିପାଇଁ ରାଜ୍ୟ ସରକାର ପ୍ରାୟ ୧୪ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି।