ଦାମ କହିଲେ ମୁଁ ଅସହାୟ

ଭୁବନେଶ୍ୱର: ନିଜକୁ ଅପାରଗ ଏବଂ ଅସହାୟ ବୋଲି କହିଲେ ସମବାୟ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ବିଭାଗୀୟ ବାବୁଙ୍କ ଉପରେ ବର୍ଷିବା ସହ ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଛନ୍ତି  ଦାମ। ବିଧାନସଭାରେ ଚିନିକଳ ବନ୍ଦ ହେବା ନେଇ ବିରୋଧୀ ଆଣିଥିବା ମୁଲତବୀ ନୋଟିସର ଉତ୍ତରଦେବା ବେଳେ ଶାସନରେ ବାବୁ କିପରି ବାଧକ ସାଜୁଛନ୍ତି, ତା’ର ଗୁମର ଖୋଲିଥିଲେ ସେ। ପ୍ରଶ୍ନକାଳ ଆରମ୍ଭରୁ ଚାଷୀ ଆତ୍ମହତ୍ୟାକୁ ନେଇ ଗର୍ଜିଥିଲେ ବିରୋଧୀ। ଏକ ଥିଲା କଂଗ୍ରେସ […]

dama

dama

Rakesh Mallick
  • Published: Monday, 20 March 2017
  • Updated: 20 March 2017, 09:00 PM IST

ଭୁବନେଶ୍ୱର: ନିଜକୁ ଅପାରଗ ଏବଂ ଅସହାୟ ବୋଲି କହିଲେ ସମବାୟ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ବିଭାଗୀୟ ବାବୁଙ୍କ ଉପରେ ବର୍ଷିବା ସହ ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଛନ୍ତି  ଦାମ। ବିଧାନସଭାରେ ଚିନିକଳ ବନ୍ଦ ହେବା ନେଇ ବିରୋଧୀ ଆଣିଥିବା ମୁଲତବୀ ନୋଟିସର ଉତ୍ତରଦେବା ବେଳେ ଶାସନରେ ବାବୁ କିପରି ବାଧକ ସାଜୁଛନ୍ତି, ତା’ର ଗୁମର ଖୋଲିଥିଲେ ସେ।

ପ୍ରଶ୍ନକାଳ ଆରମ୍ଭରୁ ଚାଷୀ ଆତ୍ମହତ୍ୟାକୁ ନେଇ ଗର୍ଜିଥିଲେ ବିରୋଧୀ। ଏକ ଥିଲା କଂଗ୍ରେସ ଓ ବିଜେପିର ସ୍ୱର। ବିଧାନ ସଭାର ଗୃହ କମିଟି ଦ୍ୱାରା ଚାଷୀ ଆତ୍ମହତ୍ୟାର ତଦନ୍ତ ଦାବି କରିଥିଲେ ବିରୋଧୀ। ହୋହଲ୍ଲା ଓ ନାରାବାଜି ଯୋଗୁ ଗୃହକୁ ଗୋଟିଏ ଘଣ୍ଟା ପାଇଁ ମୁଲତବୀ କରିଥିଲେ ବାଚଷ୍ପତ୍ତି। ଆଉ  ଚିନି କଳ ବନ୍ଦ ନେଇ ବିରୋଧୀଙ୍କ ଆକମ୍ରଣର ଜବାବ ରଖିଥିଲେ ଦାମ। କହିଛନ୍ତି ଚିନି କଳ ବନ୍ଦ ହୋଇଯାଇଛି। ଚାଷୀ ଟଙ୍କା ପାଉ ନାହାନ୍ତି। ତେଣୁ ଦକ୍ଷ ନୁହେଁ ବରଂ ସେ ଅପାରଗ ଏବଂ ଅସହାୟ। ତାଙ୍କ ବୁଦ୍ଧିକୁ କାମରେ ଲଗାଇବାରେ ବାଧକ ସାଜିଛନ୍ତି ବାବୁ । ତେଣୁ ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ସେ ଲୋଡ଼ିଥିଲେ ବିରୋଧୀଙ୍କ ସହଯୋଗ।

ଚିନି କଳ ସମ୍ପର୍କରେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଯେ, ଗୃହରେ ସମବାୟ ମନ୍ତ୍ରୀ ଯେଉଁ ତଥ୍ୟ ଦେଇଛନ୍ତି ତାହା ଅସତ୍ୟ। ବରଗଡ଼ ଚିନି ଶିଳ୍ପର ଅଧୋଗତି ପାଇଁ ଉଭୟ ମନ୍ତ୍ରୀ ଏବଂ ସରକାର ଦାୟୀ ବୋଲି ସେ କହିଛନ୍ତି। ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ଚାଷୀ ଆଉ ଆଖୁଚାଷ କରୁନାହାନ୍ତି। ଏ କଥା ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି। ତା’ର କାରଣ ଏ ସରକାର ସମୟରେ ସବୁ ଚିନି କଳ ବନ୍ଦ ହୋଇଯାଇଛି। ସେପଟେ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି ଯେ, ଚନିକଳ  ନ ଚାଲିପାରିବା ନେଇ ମୋତେ ଦାୟୀ କରାଯାଉଛି। ପୁଣି  ଜଣେ ଦକ୍ଷ ମନ୍ତ୍ରୀ ବୋଲି କୁହାଯାଉଛି। ତେଣୁ ମୁଁ ଦକ୍ଷ ହେଲି କେମତି।  ତଥାପି ମୁଁ ଚିନିକଳ ଚାଲିବା ନେଇ ଉଦ୍ୟମ ଜାରି ରଖିଛି ବୋଲି  ମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story