ଧାନ ସଂଗ୍ରହରୁ ନିୟନ୍ତ୍ରିତ ବଜାର କମିଟି ପାଉଥିବା ଅର୍ଥର ୪୦ ପ୍ରତିଶତ ପଞ୍ଚାୟତ ଓ ପୌରାଞ୍ଚଳକୁ ଦିଆଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଧାନ ସଂଗ୍ରହ କ୍ଷେତ୍ରରେ ଏଣିକି ନିୟନ୍ତ୍ରିତ ବଜାର କମିଟିଗୁଡ଼ିକୁ ମିଳୁଥିବା ଆୟର ୪୦ ପ୍ରତିଶତ ଅର୍ଥ ସେହି ଅଞ୍ଚଳର ପଞ୍ଚାୟତ ଓ ପୌରାଞ୍ଚଳକୁ ଦିଆଯିବ। ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହି ଅର୍ଥ ସଂପୃକ୍ତ ପଞ୍ଚାୟତ ଓ ପୌରାଞ୍ଚଳ ଦ୍ୱାରା ଭିତ୍ତିଭୂମିର ବିକାଶରେ ଖର୍ଚ୍ଚ କରାଯିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତି ଫଳରେ ଧାନ ସଂଗ୍ରହରେ ଅଂଶଗ୍ରହଣ କରୁଥିବା ପଞ୍ଚାୟତ ଓ ପୌରାଞ୍ଚଳ ଗୁଡ଼ିକ ବାର୍ଷିକ ପ୍ରାୟ ୫୦ କୋଟି ଟଙ୍କା ପାଇପାରିବେ।