ଦାନପୁର ସେତୁର କାର୍ଯ୍ୟ ସମୀକ୍ଷା କଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ତା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ସ୍ଥିତ ଲୁଣାନଦୀ ଉପରେ ନିର୍ମାଣାଧୀନ ଦାନପୁର ସେତୁର କାର୍ଯ୍ୟ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ତା। ଏଥିସହ କେନ୍ଦ୍ରାପଡ଼ାରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି। ଏହି ଦାନପୁର ସେତୁଟି ୧୧କୋଟି ୮୨ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଇଷ୍ଟର୍ଣ୍ଣ ଇଣ୍ତିଆ କନଷ୍ଟ୍ରକ୍ସନ ନାମକ ଏକ ଠିକା କମ୍ପାନୀକୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ୨୦୧୪ ମସିହା ଫେବୁୟାରୀରୁ ଆରମ୍ଭ ହୋଇଥିବା ଏହି ସେତୁର କାର୍ଯ୍ୟ ଆସନ୍ତା ୨୦୧୬ ଫେବୁୟାରୀରେ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି। ସେତୁଟି ନିର୍ମାଣ ହେଲେ କେନ୍ଦ୍ରାପଡ଼ା ସମେତ କଟକ ଏବଂ ଜଗତସିଂହପୁର ଜିଲ୍ଲାକୁ ଗମନାଗମନରେ ଉନ୍ନତି ହୋଇପାରିବ ବୋଲି ସାଂସଦ କହିଛନ୍ତି। ସାଂସଦଙ୍କ ସମୀକ୍ଷା ସମୟରେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଏବଂ ସ୍ଥାନୀୟ ଜନପ୍ରତିନିଧି ସହ ସ୍ଥାନୀୟ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।