ବିଶ୍ୱାସର ବେପାର: ଦଣ୍ଡନାଚରେ ନାଗଙ୍କୁ ପିଆଇଲେ କ୍ଷୀର

ନୟାଗଡ଼: ଏବେ ବିଭିନ୍ନ ସ୍ଥାନରେ ଦଣ୍ଡନାଚ ଚାଲିଛି। ଏହା ଆମ ପରମ୍ପରା ସହ କାହିଁ କେଉଁ କାଳରୁ ରହି ଆସିଛି। ହେଲେ ଏହି ଦଣ୍ଡନାଚର ଆଳରେ ଚାଲିଛି ବିଶ୍ୱାସର ବେପାର। ପୁଣ୍ୟ ଅର୍ଜନ ସାଙ୍ଗକୁ ବାର୍ଷିକ ଶିବ କରୁଣାର ଆଶା ଦେଖାଇ ଚାଲିଛି ନାଗବଂଶ ଉପରେ ଅତ୍ୟାଚର। ଅତି ନିର୍ଦ୍ଦୟ ଭାବେ ନାଗଙ୍କୁ କ୍ଷୀର ପିଆଇ ଚାଲିଛି ଅର୍ଥ ଉପାର୍ଜନ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରେ। ଦଣ୍ଡପୂଜା ସମୟରେ ମହାଦେବଙ୍କୁ ଆରଧାନା […]

naga1

naga1

Rakesh Mallick
  • Published: Wednesday, 12 April 2017
  • Updated: 12 April 2017, 09:56 PM IST

Sports

Latest News

ନୟାଗଡ଼: ଏବେ ବିଭିନ୍ନ ସ୍ଥାନରେ ଦଣ୍ଡନାଚ ଚାଲିଛି। ଏହା ଆମ ପରମ୍ପରା ସହ କାହିଁ କେଉଁ କାଳରୁ ରହି ଆସିଛି। ହେଲେ ଏହି ଦଣ୍ଡନାଚର ଆଳରେ ଚାଲିଛି ବିଶ୍ୱାସର ବେପାର। ପୁଣ୍ୟ ଅର୍ଜନ ସାଙ୍ଗକୁ ବାର୍ଷିକ ଶିବ କରୁଣାର ଆଶା ଦେଖାଇ ଚାଲିଛି ନାଗବଂଶ ଉପରେ ଅତ୍ୟାଚର। ଅତି ନିର୍ଦ୍ଦୟ ଭାବେ ନାଗଙ୍କୁ କ୍ଷୀର ପିଆଇ ଚାଲିଛି ଅର୍ଥ ଉପାର୍ଜନ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରେ।

nagaଦଣ୍ଡପୂଜା ସମୟରେ ମହାଦେବଙ୍କୁ ଆରଧାନା କରାଯାଇଥାଏ। ଏହି ସମୟରେ ନାଗଙ୍କୁ କ୍ଷୀର ପିଆଇଲେ ଶିବଙ୍କ କରୁଣା ମିଳିଥାଏ ବୋଲି ବିଶ୍ୱାସ ରହିଛି। ତେବେ ଏହି ବିଶ୍ୱାସକୁ କିଛି ଲୋକ ବେପାରରେ ପରିଣତ କରିଦେଇଛନ୍ତି। ନାଗଙ୍କୁ କ୍ଷୀର ପିଆଇବା ପୂର୍ବରୁ ଛୁରୀରେ ସେମାନଙ୍କ ବିଷଦାନ୍ତ ଭାଙ୍ଗି ଦିଆଯାଉଛି। ସାପ କ୍ଷୀର ପିଉ ନ ଥଲେ ମଧ୍ୟ ସିରିଞ୍ଜରେ ପିଆଯାଉଛି। ଏଥିପାଇଁ ଲୋକଙ୍କ ପାଖରୁ ୨୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଛି।

ସମସ୍ତେ ସବୁ ଦେଖୁଥିଲେ ମଧ୍ୟ ଧର୍ମୀକ ଭାବନା ସହ ଜଡିତ ଥିବାରୁ ବିରୋଧ କରିବାକୁ ସାହାସ ଜୁଟାଇ ପାରୁନାହାନ୍ତି। ତେବେ ଏପରି ବେଆଇନ କାର୍ଯ୍ୟ ସମ୍ପର୍କରେ ବନ ବିଭାଗ ପାଖରେ ଅଭିଯୋଗ ହେବା ପରେ ବଡ଼ମୂଳା ଗାଁରେ ଚଢାଉ କରାଯାଇଥିଲା। ବନ ବିଭାଗର କର୍ମଚାରୀମାନେ ସ୍ନେକ୍‌ ହେଲ୍ପଲାଇନ୍‌ର ଶୁଭେନ୍ଦୁ ମଲ୍ଲିକଙ୍କ ସହ ଗାଁରେ ଚଢାଉ କରିଥିଲେ। ହେଲେ ବେପାର ଚଳାଉ ଥିବା ବ୍ୟକ୍ତିମାନେ ଫେରାର ହୋଇଯାଇଥିଲେ। ଉପସ୍ଥିତ ଲୋକମାନେ ମଧ୍ୟ ବିଭାଗୀୟ କର୍ମଚାରୀଙ୍କୁ ବିରୋଧ କରିଥିଲେ। ବହୁ ବୁଝାଶୁଝା ପରେ ୫ଟି ନାଗସାପଙ୍କୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛଡା ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos