ଡମ୍ପିଂ ୟାର୍ଡକୁ ନେଇ ଦାରୁଠେଙ୍ଗରେ ଉତ୍ତେଜନା,୨୦ ପ୍ଲାଟୁନ୍ ପୋଲିସ୍ ମୁତୟନ

ଭୁବନେଶ୍ୱର: ଆବର୍ଜନା ପକାଇବାକୁ ନେଇ ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗରେ ପୁଣି ଉତ୍ତେଜନା ପ୍ରକାଶ ପାଇଛି। ଆଜି ସକାଳେ ପୋଲିସ୍ ଓ ଗାଁ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ୨୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ଗାଁର ୨୦ରୁ ଅଧିକ ଲୋକଙ୍କୁ ପୋଲିସ୍ ଅଟକ ରଖିଛି। ସେମାନଙ୍କୁ ଛାଡ଼ି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ସେମାନଙ୍କୁ ନ ଛାଡ଼ିଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଦାରୁଠେଙ୍ଗ ସରପଞ୍ଚ କହିଛନ୍ତି। […]

daruthenga

daruthenga

Rakesh Mallick
  • Published: Thursday, 28 July 2016
  • Updated: 28 July 2016, 11:10 AM IST

Sports

Latest News

ଭୁବନେଶ୍ୱର: ଆବର୍ଜନା ପକାଇବାକୁ ନେଇ ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗରେ ପୁଣି ଉତ୍ତେଜନା ପ୍ରକାଶ ପାଇଛି। ଆଜି ସକାଳେ ପୋଲିସ୍ ଓ ଗାଁ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ୨୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି।

ଗାଁର ୨୦ରୁ ଅଧିକ ଲୋକଙ୍କୁ ପୋଲିସ୍ ଅଟକ ରଖିଛି। ସେମାନଙ୍କୁ ଛାଡ଼ି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ସେମାନଙ୍କୁ ନ ଛାଡ଼ିଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଦାରୁଠେଙ୍ଗ ସରପଞ୍ଚ କହିଛନ୍ତି।

ଦାରୁଠେଙ୍ଗ ଭୁଆଷୁଣି ମୌଜାରେ ପ୍ରସ୍ତାବିତ ଆବର୍ଜନା ଟ୍ରିଟ୍‌ମେଣ୍ଟ୍ ପ୍ଲାଣ୍ଟ ନିକଟକୁ ଆଜି ସକାଳେ ବିଏମ୍‌ସିର ଡମ୍ପିଂ ଗାଡ଼ି ଯାଇଥିଲା। ତେବେ ଦାରୁଠେଙ୍ଗ ଗାଁ ଲୋକେ ଡମ୍ପିଂକୁ ବିରୋଧ କରିଥିଲେ। ତେବେ ପୋଲିସ୍‌ର ଉପସ୍ଥିତିରେ ଡମ୍ପିଂ କରାଯାଇଥିଲା। ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ଖୋର୍ଦ୍ଧା ଜିଲ୍ଲାପାଳ, ବିଏମ୍‌ସି କମିଶନର ଓ ପୋଲିସ୍ କମିଶନର ପ୍ରମୁଖ ଉପସ୍ଥିତ ଅଛନ୍ତି।

ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି,“ରାତି ତିନିଟାରୁ ଚୋରଙ୍କ ଭଳି ଆସି ପୋଲିସ୍ ସହାୟତାରେ ଏଠାରେ ଆବର୍ଜନା ପକାଇଛନ୍ତି। ବିରୋଧ କରିବାକୁ ଗାଁ ଲୋକଙ୍କୁ ଅଟକ ରଖିଛନ୍ତି। ଆମେ ଏହାକୁ ଘୋର ନିନ୍ଦା କରୁଛୁ। ଆସନ୍ତାକାଲିଠାରୁ ଏଠାରେ ଡମ୍ପିଂ ବନ୍ଦ ନ କଲେ ବ୍ୟାପକ ଆନ୍ଦୋଳନ କରାଯିବ।”

ଅନ୍ୟପକ୍ଷରେ ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା ସଂପୂର୍ଣ୍ଣ ବୈଜ୍ଞାନିକ ପଦ୍ଧତିରେ ସେଠାରେ ଆବର୍ଜନା ଡମ୍ପିଂ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ଏଥିରେ ସହଯୋଗ କରିବାକୁ ସ୍ଥାନୀୟ ଲୋକଙ୍କୁ ଅନୁରୋଧ କରିଛନ୍ତି। ଡମ୍ପିଂ ଯୋଗୁଁ ସ୍ଥାନୀୟ ଅଞ୍ଚଳର ପରିବେଶ  ଦୂଷିତ ନ ହେବା ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ଗାଁ ଲୋକଙ୍କ ବିରୋଧ ଯୋଗୁଁ ଗତ ୮ ଦିନ ହେଲା ଏଠାରେ ଆବର୍ଜନା ଟ୍ରିଟ୍‌ମେଣ୍ଟ କରାଯାଇପାରି ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos