ସାବିତ୍ରୀ କିଣା କିଣି କରିବାକୁ ଯାଇ ଛୁ ମାରିଲା ବୋହୂ, ଘରେ ଅଛି ୩ ବର୍ଷର ପୁଅ

ବଳଙ୍ଗା(ଦ୍ୱିତିକୃଷ୍ଣ ପଟ୍ଟନାୟକ): ସାବିତ୍ରୀ ବ୍ରତ ପାଇଁ ମାର୍କେଟିଂ କରିବାକୁ ବଜାରକୁ ଯାଇ ଫେରାର ହୋଇଯାଇଛି ବୋହୂ। ଏନେଇ ବଳଙ୍ଗା ଥାନାରେ ଅଭିଯୋଗ କରିଛନ୍ତି ଶାଶୁ ଘର ଲୋକ। ବଳଙ୍ଗା ଥାନା ଅନ୍ତର୍ଗତ ବ୍ରାହ୍ମଣଖଣ୍ଡି ଗାଁର ପ୍ରଭାକର ବେହେରା ବୋହୂ ଫେରାର ହୋଇ ଯାଇଥିବା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଫେରାର ମହିଳାଙ୍କର ଗୋଟିଏ ୩ ବର୍ଷର […]

balanga

balanga

Hemant Lenka
  • Published: Monday, 30 May 2022
  • Updated: 30 May 2022, 06:23 PM IST

Sports

Latest News

ବଳଙ୍ଗା(ଦ୍ୱିତିକୃଷ୍ଣ ପଟ୍ଟନାୟକ): ସାବିତ୍ରୀ ବ୍ରତ ପାଇଁ ମାର୍କେଟିଂ କରିବାକୁ ବଜାରକୁ ଯାଇ ଫେରାର ହୋଇଯାଇଛି ବୋହୂ। ଏନେଇ ବଳଙ୍ଗା ଥାନାରେ ଅଭିଯୋଗ କରିଛନ୍ତି ଶାଶୁ ଘର ଲୋକ। ବଳଙ୍ଗା ଥାନା ଅନ୍ତର୍ଗତ ବ୍ରାହ୍ମଣଖଣ୍ଡି ଗାଁର ପ୍ରଭାକର ବେହେରା ବୋହୂ ଫେରାର ହୋଇ ଯାଇଥିବା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଫେରାର ମହିଳାଙ୍କର ଗୋଟିଏ ୩ ବର୍ଷର ପୁଅ ରହିଛନ୍ତି। ତଥାପି ସେ ସାବିତ୍ରୀ ପୂର୍ବରୁ ସ୍ୱାମୀ ଓ ପୁଅକୁ ଛାଡ଼ି ଫେରାର ହୋଇଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ସାବିତ୍ରୀ ପାଇଁ ପ୍ରଭାକରଙ୍କ ସାନ ବୋହୂ ଯମୁନା ବେହେରା (୨୪) ଘରେ ନିଜର ୩ ବର୍ଷର ଶିଶୁପୁତ୍ରକୁ ଛାଡ଼ି ଅନ୍ୟ ଯଆଙ୍କ ସହ ଏକ ଅଟୋ ଯୋଗେ ମାର୍କେଟିଂ କରିବାକୁ ବଳଙ୍ଗା ବଜାରକୁ ଯାଇଥିଲେ। ଯାଆ ଦୋକାନରୁ କିଣାକିଣି କରୁଥିବା ବେଳେ ଯମୁନା ମୋବାଇଲ ମରାମତି ଦୋକାନରୁ ଆସୁଛି ବୋଲି କହି ସେଠାରୁ ଚାଲି ଯାଇଥିଲେ।

ବେଶ କିଛି ସମୟ ବିତି ଯାଇଥିବା ବେଳେ ଯାଆ ମଧ୍ୟ କିଣାକିଣି ସାରି ଦେଇଥିଲେ। ସେ ଅଟୋ ପାଖରେ ପହଞ୍ଚି ଯମୁନାଙ୍କୁ ଖୋଜିଥିଲେ ମଧ୍ୟ ପାଇନଥିଲେ। ବ୍ୟସ୍ତ ହୋଇ ତୁରନ୍ତ ଘର ଲୋକଙ୍କୁ ଏ ସମ୍ପର୍କରେ ଖବର ଦେଇଥିଲେ। ଘର ଲୋକେ ଆସି ବଳଙ୍ଗା ବଜାରରେ ଖୋଜା ଖୋଜି କରିଥିଲେ ହେଁ ଯମୁନାଙ୍କ ପତ୍ତା ମିଳିନଥିଲା। ଶେଷରେ ପରିବାର ଲୋକ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ତଦନ୍ତ କରି ଯମୁନାଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ସେ ନିଜ ଇଚ୍ଛାରେ ଶାଶୁ ଘର ଛାଡ଼ିଥିବା କହିଛନ୍ତି। ପୁଲିସ୍‌ ଏବେ ଘଟଣାର ଅଧିକ ତଦନ୍ତ କରୁଛି।

ଯମୁନାଙ୍କ ଶାଶୁ କହିଛନ୍ତି, “ମୋ ପୁଅ କେରଳରେ କାମ କରୁଛି। ମୋ ବୋହୂ କୁଆଡ଼େ ଯାଇଛି ମୁଁ ଜାଣିନି। ଅଧା ରୋଷେଇ କରି ସେ ସାବିତ୍ରୀ କିଣାକିଣି ପାଇଁ ଯାଇଥିଲା। ମୁଁ ତା’ର ସବୁ କାମ କରୁଥିଲି। ତଥାପି ସେ କାହିଁକି ଏମିତି କଲା? ଏବେ ନାତି କେମିତି ରହିବ? ସେ ତା’ ମା’କୁ ଖାଲି ଖୋଜୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos