ଟଙ୍କା ପାଇଁ ଜଘନ୍ୟ କାଣ୍ଡ: ବାପାକୁ ଘରେ ପଶାଇ ନିଆଁ ଲଗାଇ ଦେଲେ ଝିଅ

ଝାରସୁଗୁଡା(ଭାଗିରଥି ସାହୁ): ଟଙ୍କା ଆଗରେ ସମ୍ପର୍କ ପାଲଟିଲା ତୁଚ୍ଛ।  ଯିଏ ଜନ୍ମ ଦେଲା, ତାକୁ ବି ମାରିବାକୁ ପଛାଇଲେ ନାହାନ୍ତି ଝିଅ। ଏପରି ଏକ ନିନ୍ଦନୀୟ ଘଟଣା ଝାରରସୁଗୁଡା ସହରରେ ଦେଖିବାକୁ ମିଳିଛି। ଏପରିକି ଟଙ୍କା ପାଇଁ ବାପାକୁ ଘରେ ପଶାଇ ନିଆଁ ଲଗାଇ ଦେଲେ ଝିଅଜ୍ୱାଇଁ । ସୌଭାଗ୍ୟବଶଃତ ବୃଦ୍ଧଜଣକ ବଞ୍ଚି ଯାଇଥିବା ବେଳେ ଜୀବନ ବଞ୍ଚାଇବାକୁ ଅନ୍ୟତ୍ର ପଳାଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଝାରସୁଗୁଡା ସହର ନୂଆ କୋର୍ଟ ନିକଟରେ ଥିବା ଲେକଚର […]

arrest

arrest

Niharika Rout
  • Published: Saturday, 14 August 2021
  • Updated: 14 August 2021, 09:55 AM IST

Sports

Latest News

ଝାରସୁଗୁଡା(ଭାଗିରଥି ସାହୁ): ଟଙ୍କା ଆଗରେ ସମ୍ପର୍କ ପାଲଟିଲା ତୁଚ୍ଛ।  ଯିଏ ଜନ୍ମ ଦେଲା, ତାକୁ ବି ମାରିବାକୁ ପଛାଇଲେ ନାହାନ୍ତି ଝିଅ। ଏପରି ଏକ ନିନ୍ଦନୀୟ ଘଟଣା ଝାରରସୁଗୁଡା ସହରରେ ଦେଖିବାକୁ ମିଳିଛି। ଏପରିକି ଟଙ୍କା ପାଇଁ ବାପାକୁ ଘରେ ପଶାଇ ନିଆଁ ଲଗାଇ ଦେଲେ ଝିଅଜ୍ୱାଇଁ । ସୌଭାଗ୍ୟବଶଃତ ବୃଦ୍ଧଜଣକ ବଞ୍ଚି ଯାଇଥିବା ବେଳେ ଜୀବନ ବଞ୍ଚାଇବାକୁ ଅନ୍ୟତ୍ର ପଳାଇଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଝାରସୁଗୁଡା ସହର ନୂଆ କୋର୍ଟ ନିକଟରେ ଥିବା ଲେକଚର କଲୋନୀରେ ରୁହନ୍ତି କୈଲାସ ମେହର। କୈଳାସ ମାଂସ ବ୍ୟବସାୟ କରୁଥିବା ବେଳେ ଏକୁଟିଆ ରହୁଥିଲେ। ତାଙ୍କ ସ୍ତ୍ରୀ, ପୁଅ ବରଗଡ଼ରେ ରହୁଥିବା ବେଳେ ଝାରସୁଗୁଡା ସହରରେ ଅନ୍ୟତ୍ର ତାଙ୍କ ଏକ ଝିଅଜ୍ୱାଇଁ ରୁହନ୍ତି। ଅନ୍ୟ ଏକ ଝିଅ ବିବାହ କରି ନ ଥିବା ବେଳେ ସେ କିନ୍ତୁ ନିଜ ବାପାଙ୍କଠାରୁ ଅଲଗା ରୁହନ୍ତି । ହେଲେ ଝିଅମାନେ ପୂର୍ବରୁ ବହୁ ଥର ବାପାଙ୍କୁ ଟଙ୍କା ମାଗି ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ।

[caption id="attachment_666843" align="aligncenter" width="650"]helpless father ଜୀବନ ବିକଳରେ ଘର ଛାଡ଼ି ଅନ୍ୟତ୍ର ପଳାଉଛନ୍ତି କୈଳାସ ମେହର।[/caption]

ଗୁରୁବାର ରାତି ପ୍ରାୟ ୮ଟାରେ ହଠାତ୍‌ ଝିଅଜ୍ୱାଇଁ, ଅବିବାହିତ ଝିଅ ଓ ଅନ୍ୟ ଜଣେ  ଯୁବକ ଘରେ ପହଞ୍ଚି କୈଳାସଙ୍କୁ ଟଙ୍କା ମାଗିଥିଲେ। ମାତ୍ର ଟଙ୍କା ନ ଥିବା କୈଳାସ କହିବାରୁ ସେମାନଙ୍କ ମଧ୍ୟରେ ଉଚ୍ଚବାଚ୍ଚ ହୋଇଥିଲା। ଏହାପରେ ସେମାନେ କୈଳାସଙ୍କୁ ମାରପିଟ କରିବା ସହ ଘରେ ବନ୍ଦ କରି ପ୍ରେଟ୍ରୋଲ ଢାଳି ପୋଡି ମାରିବାକୁ ଉଦ୍ୟମ କରିଥିଲେ।

କୌଶଳ କ୍ରମେ କୈଳାସ ଘରୁ ବାହାରକୁ ଯାଇ ଫୋନ ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୁଲିସ୍‌କୁ  ଫୋନ୍‌ କରି ଘଟଣା ଜଣାଇଥିଲେ। ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି  ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ଘରର ବହୁ ଜିନିଷପତ୍ର ପୋଡ଼ି ଯାଇଛି।  ଏହି ଅଭିଯୋଗରେ ପୁଲିସ୍‌ ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରି  କୋର୍ଟଚାଲାଣ କରିଛି।

ଏନେଇ କୈଳାସ ମେହେର କହିଛନ୍ତି, ମୋ ଝିଅଜ୍ୱାଇଁ ମୋତେ ମାରିଦେବାକୁ ପୂର୍ବରୁ ଧମକ ଦେଉଥିଲେ। ଗୁରୁବାର ଆସି ଘର ଭିତରେ ପଶାଇ ବାହାରେ ନିଆଁ ଲଗାଇ ଦେଲେ। ମୋ’ ଜୀବନପତ୍ର ବିପଦ ଅଛି। ମୁଁ ଭୟଭୀତ ହୋଇ ବଞ୍ଚୁଛି।  ତେଣୁ ଜିନିଷପତ୍ର ନେଇ ଅନ୍ୟତ୍ର ପଳାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos