ଏନସିଇଆରଟି କାଉନସିଲିଂ ସେବାରେ ଶିକ୍ଷୟିତ୍ରୀ ସ୍ମରଣିକା ପଟ୍ଟନାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ ଜାରି କରାଯାଇଛି। ସ୍କୁଲ ଠାରୁ ଆରମ୍ଭ କରି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ପାଠପଢ଼ା ବନ୍ଦ ଥିବାରୁ ପିଲାମାନେ ଘରେ ବସି ରହିଛନ୍ତି। ଏହି କାରଣରୁ ସେମାନଙ୍କ ମାନସିକଚାପ ବଢ଼ିବା ବୋଲି ଆଶଙ୍କା ପ୍ରକାଶ ପାଉଛି। ସେହିପରି ଅଭିଭାବକମାନେ ମଧ୍ୟ ପିଲାମାନଙ୍କ ଅବସାଦକୁ ନେଇ ଚିନ୍ତିତ। ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ମାନସିକ ଚାପ ଓ ବିଷାଦଗ୍ରସ୍ତ ମନୋବୈଜ୍ଞାନିକ ସ୍ଥିତିରୁ ମୁକ୍ତି ଦେବା ପାଇଁ […]

dc

dc

Hemant Lenka
  • Published: Tuesday, 05 May 2020
  • Updated: 05 May 2020, 08:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ ଜାରି କରାଯାଇଛି। ସ୍କୁଲ ଠାରୁ ଆରମ୍ଭ କରି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ପାଠପଢ଼ା ବନ୍ଦ ଥିବାରୁ ପିଲାମାନେ ଘରେ ବସି ରହିଛନ୍ତି। ଏହି କାରଣରୁ ସେମାନଙ୍କ ମାନସିକଚାପ ବଢ଼ିବା ବୋଲି ଆଶଙ୍କା ପ୍ରକାଶ ପାଉଛି। ସେହିପରି ଅଭିଭାବକମାନେ ମଧ୍ୟ ପିଲାମାନଙ୍କ ଅବସାଦକୁ ନେଇ ଚିନ୍ତିତ।

ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ମାନସିକ ଚାପ ଓ ବିଷାଦଗ୍ରସ୍ତ ମନୋବୈଜ୍ଞାନିକ ସ୍ଥିତିରୁ ମୁକ୍ତି ଦେବା ପାଇଁ ନ୍ୟାଶନାଲ କାଉନସିଲିଂ ଅଫ ଏଡୁକେସନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ(ଏନସିଇଆରଟି) ପକ୍ଷରୁ କାଉନସିଲିଂ ସେବା ଆରମ୍ଭ କରାଯାଇଛି। ଏନସିଇଆରଟିର ପୂର୍ବ କ୍ଷେତ୍ର ପାଇଁ ଭୁବନେଶ୍ୱର ପୋଖରୀପୁଟ ଡିଏଭି ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ସ୍ମରଣିକା ପଟ୍ଟନାୟକଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି।

ସେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ମାନସିକଚାପ କେମିତି ଦୂର କରାଯିବ ଓ ଏହି ଲକଡାଉନ ବେଳେ କେମିତି ସକାରାତ୍ମକ ଚିନ୍ତା କରିବେ, ସେ ବିଷୟରେ ବିଭିନ୍ନ ପରାମର୍ଶ ଦେବେ।

ଏହି ଅଭିନବ କାର୍ଯ୍ୟ ପାଇଁ କାହାକୁ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ। ତାଙ୍କ ଠାରୁ ପରାମର୍ଶ ନେବାକୁ ଥିବା ଇଚ୍ଛୁକ ବିଦ୍ୟାର୍ଥୀ ଓ ଅଭିଭାବକମାନେ ମୋବାଇଲ ନଂ ୭୭୩୫୩୧୯୯୮୦ କିମ୍ବା ଇ-ମେଲ ଆଇଡି smaranikadav@gmail.comରେ ଯୋଗାଯୋଗ କରିପାରିବେ। ଏନେଇ ଏନସିଇଆରଟି ପକ୍ଷରୁ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos