ଦୟା ନଦୀ ପ୍ରତି ଦୟା ଦେଖାଇଲେ ସରକାର: ପାଣି ନିର୍ମଳ କରିବାକୁ ଅଣ୍ଟା ଭିଡ଼ିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କୁ ଦୟା ନଦୀ ଚିନ୍ତା ଘାରିଛି। ଦୟା ଓ ତାର ଶାଖା ନଦୀ ଗୁଡ଼ିକର ପାଣିର ମାନ ପରୀକ୍ଷା କରିବା ପାଇଁ ଆଡବ୍ଲ୍ୟୁଏସ୍‌ଏସ୍‌ ଅଧୀନରେ ଏକ ଟେକ୍ନିକାଲ ଟିମ୍‌ ଗଠନ କରାଯିବ। ଏହି ଟିମ୍‌ ପାଣିର ନମୂନା ପରୀକ୍ଷା କରିବ। ଦୟାର ପାଣିକୁ କେମିତି ନିର୍ମଳ କରାଯାଇପାରିବ ସେନେଇ ୧୫ ଦିନ ଭିତରେ ଏକ ରିପୋର୍ଟ ଦେବାକୁ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି। ଭୁବନେଶ୍ୱରରୁ […]

daya-river-odisha-puri

daya-river-odisha-puri

Rakesh Mallick
  • Published: Tuesday, 28 November 2017
  • Updated: 28 November 2017, 06:23 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କୁ ଦୟା ନଦୀ ଚିନ୍ତା ଘାରିଛି। ଦୟା ଓ ତାର ଶାଖା ନଦୀ ଗୁଡ଼ିକର ପାଣିର ମାନ ପରୀକ୍ଷା କରିବା ପାଇଁ ଆଡବ୍ଲ୍ୟୁଏସ୍‌ଏସ୍‌ ଅଧୀନରେ ଏକ ଟେକ୍ନିକାଲ ଟିମ୍‌ ଗଠନ କରାଯିବ। ଏହି ଟିମ୍‌ ପାଣିର ନମୂନା ପରୀକ୍ଷା କରିବ। ଦୟାର ପାଣିକୁ କେମିତି ନିର୍ମଳ କରାଯାଇପାରିବ ସେନେଇ ୧୫ ଦିନ ଭିତରେ ଏକ ରିପୋର୍ଟ ଦେବାକୁ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି।

ଭୁବନେଶ୍ୱରରୁ ନିର୍ଗତ ନର୍ଦ୍ଦମା ପାଣି ସିଧାସଳଖ ଯାଇ ଦୟା ନଦୀରେ ମିସୁଛି। ଫଳରେ ଦୟା ନଦୀର ପାଣି ଦୂଷିତ ହେଉଛି। ଯାହାଦ୍ୱାରା ଦୟା ନଦୀ ପ୍ରବାହିତ ହେଉଥିବା ଅବବାହିକା ଅଞ୍ଚଳର ଲୋକେ ଏହି ପାଣି ବ୍ୟବହାର କରିପାରୁ ନାହାନ୍ତି। ଅନେକ ସମୟରେ ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ଦେଖାଦେଉଛି। ଯାହାଫଳରେ ଦୟା ତା’ର ନିଜସ୍ୱ ଅସ୍ତିତ୍ୱ ହରାଉଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କର ନିଦ ଭାଙ୍ଗିଛି। ଦୟାର ପାଣି ପରିଷ୍କାର କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏନେଇ ଆଜି ସଚିବାଳୟରେ ଏକ ବୈଠକ ବସିଥିଲା। ଏଥିରେ ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସମେତ ଜଳ ସମ୍ପଦ ବିଭାଗର ଅଧିକାରୀମାନେ ଯୋଗଦେଇ ଦୟା ନଦୀ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ମନ୍ତ୍ରୀ ଶ୍ରୀ ମହାନ୍ତି କହିଛନ୍ତି-‘‘ଦୟାପାଣି ଦୂଷିତ ହେଉଥିବାରୁ ନଦୀର ତଳମୁଣ୍ଡରେ ଥିବା ଗାଁ ଗୁଡ଼ିକରେ ପର୍ଯ୍ୟାନ୍ତ ପରିମାଣରେ ପୋଖରୀ ଖୋଳାଯାଇ ଲୋକଙ୍କୁ ପାଣି ଯୋଗାଇବାର ବ୍ୟବସ୍ଥା କରାଯିବ। ଦୟା ନଦୀର ଦୂଷିତ ପାଣି ପରିବର୍ତ୍ତନ ପାଇଁ ବ୍ୟବସ୍ଥା କରାଯିବ। ଆଗାମୀ ଦିନରେ ନଦୀ ଭିତକୁ ଅପରିଷ୍କାର ପାଣି ନଛାଡ଼ିବାକୁ ପରାମର୍ଶ ଦିଆଯାଇଛି।”

ସେ କହିଛନ୍ତି-“ଭୁବନେଶ୍ୱରରେ ସ୍ୱରେଜ ଟ୍ରିଟ୍‌ମେଣ୍ଟ ପ୍ଲାଷ୍ଟ୍‌ ୬ଟି ସ୍ଥାନରେ କରାଯିବ। ଏହିହି ପ୍ଲାଣ୍ଟ ଗୁଡ଼ିକ ସମ୍ପୂର୍ଣ୍ଣ ହୋଇଗଲେ ଦୟା ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ ହୋଇପାରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story