ଡି’ବ୍ରଦର୍ସଙ୍କ ୪ ସହଯୋଗୀଙ୍କ ରିମାଣ୍ଡ ଆବେଦନ ଶୁଣାଣି ଆଜି

କଟକ: ଡି’ବ୍ରଦର୍ସଙ୍କ ଲିଙ୍କ୍ ଅଭିଯୋଗରେ ଗିରଫ ୪ ସହଯୋଗୀଙ୍କୁ କମିଶନରେଟ୍ ପୋଲିସ୍ ରିମାଣ୍ଡରେ ଆଣିବ। ଏହି ୪ ଅଭିଯୁକ୍ତ ହେଲେ ସଂଗ୍ରାମ, ଭାରତ, ଲିଟୁଆ ଓ ପିଣ୍ଟୁ। ଏମାନଙ୍କୁ ସାତ ଦିନ ପାଇଁ ରିମାଣ୍ଡରେ  ନେବାକୁ  କଟକ ଏସ୍‌ଡିଜେଏମ୍ କୋର୍ଟରେ ଆବେଦନ କରିଥିଲା। କୋର୍ଟ ଆଜି ଏହି ଆବେଦନର ଶୁଣାଣି କରିବେ। ଡି’ ବ୍ରଦର୍ସଙ୍କ ଦ୍ୱାରା ପରିଚାଳିତ ବାଲିଘାଟ ନିଲାମ୍ ଓ ଦାଦାବଟି ଆଦାୟ ଘଟଣାରେ ଏହି ଚାରି ସହଯୋଗୀ କାମ କରୁଥିଲେ। ତେଣୁ ସେ ଉପରେ ଅଧିକ ତଥ୍ୟ ହାସଲ ପାଇଁ  ପୋଲିସ୍ ୪ ସହଯୋଗୀଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବ।