ପ୍ରେମ ସଂପର୍କର କରୁଣ ପରିଣତି, ପାହାଡ଼ ଉପରେ ଜୀବନ ହାରିଲେ ପ୍ରେମୀଯୁଗଳ

ଯାଜପୁର(ଗୁଲାମଗସ୍‌): ପ୍ରେମ ସମ୍ପର୍କର କରୁଣ ପରିଣତି। ଶେଷରେ ଜୀବନ ହାରିଲେ ପ୍ରେମୀଯୁଗଳ। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ କଣ୍ଟିଗଡିଆ ପାଇକରାପୁର ଗାଁରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ପାହାଡରେ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳୁ ନିକଟସ୍ଥ କଣ୍ଟିଗଡିଆ ପାହାଡରେ ଏହି ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହକୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ମୃତକ ଦୁଇ ଜଣ ହେଲେ ପାଇକରାପୁର ଗ୍ରାମର ସୀତାନାଥ ସାମଲଙ୍କ ପୁଅ ବାପି ଓ ଅରୁଣ ମଲିକଙ୍କ […]

jajpur

jajpur

Rakesh Mallick
  • Published: Wednesday, 16 May 2018
  • Updated: 16 May 2018, 03:56 PM IST

ଯାଜପୁର(ଗୁଲାମଗସ୍‌): ପ୍ରେମ ସମ୍ପର୍କର କରୁଣ ପରିଣତି। ଶେଷରେ ଜୀବନ ହାରିଲେ ପ୍ରେମୀଯୁଗଳ। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ କଣ୍ଟିଗଡିଆ ପାଇକରାପୁର ଗାଁରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ପାହାଡରେ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

ଆଜି ସକାଳୁ ନିକଟସ୍ଥ କଣ୍ଟିଗଡିଆ ପାହାଡରେ ଏହି ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହକୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ମୃତକ ଦୁଇ ଜଣ ହେଲେ ପାଇକରାପୁର ଗ୍ରାମର ସୀତାନାଥ ସାମଲଙ୍କ ପୁଅ ବାପି ଓ ଅରୁଣ ମଲିକଙ୍କ ନାବାଳିକା ଝିଅ ପୂଜା। ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ତେବେ ଉଭୟ ପରିବାର ମଧ୍ୟରେ ପ୍ରେମ ସଂପର୍କକୁ ନେଇ କୌଣସି ତିକ୍ତତା ଅବା ବିବାହକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିବା ଅନୁମାନ କରାଯାଉଛି। ଫଳରେ ଉଭୟ ପ୍ରେମୀ ଯୁଗଳ ଏଭଳି ଚରମ ନିଷ୍ପତି ନେଇଥିବା ସନ୍ଦେହ କରାଯାଉଛି। ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ମୃତ ଦେହକୁ ଉଦ୍ଧାର କରି ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos