ରାତିରେ ଘରୁ ପଳାଇ ଯାଇଥିଲେ, ସକାଳେ ମିଳିଲା ମୃତଦେହ!

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ରାତିରେ ଘରୁ ପଳାଇ ଯାଇଥିଲେ ଜଣେ ମହିଳା। ସକାଳେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲ୍‌ ନିଆଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଛି। ଆଜି ଏମିତି ଘଟଣା ଗଞ୍ଜାମ ଜିଲ୍ଲା ଅଞ୍ଚଳରେ ଘଟିଛି। ତେବେ କେଉଁ କାରଣରୁ ମହିଳା ଜଣକ ଘରୁ ପଳାଇଲେ ଓ କେମିତି ଅସୁସ୍ଥ ହୋଇଥିଲେ, ତାହା ଜଣାପଡ଼ି ନାହିଁ।

ବଡଗଡ଼ ଥାନା ଓରା ଗାଁର ଲକ୍ଷଣ ମଲ୍ଲିକଙ୍କ ଝିଅ ଗୀତା ଶୁକ୍ରବାର ରାତିରେ ଘରୁ କେଉଁ ଆଡେ ପଳାଇ ଯାଇଥିଲେ। ଶନିବାର ସକାଳେ ଲଙ୍କା ପଦରରେ ସେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଗାଁ ଲୋକେ ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି 108 ଆମ୍ବୁଲାନ୍ସରେ ଆସିକା ମେଡିକାଲ ନେଉଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବଡଗଡ଼ ଥାନା ପୁଲିସ ମେଡିକାଲରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।