ବାହାଘର ଦିନ ପିଜୁଳି ଗଛରୁ ମିଳିଲା ବରର ଝୁଲନ୍ତା ମୃତଦେହ

କଣ୍ଟାବାଞ୍ଜି (ଅନ୍ତିମ ପ୍ରାଣିଗ୍ରାହୀ): ଯେଉଁ ଦିନ ବାହାଘର ହୋଇଥା’ନ୍ତା, ସେହିଦିନ ସନ୍ଧ୍ୟାରେ ପିଜୁଳି ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଲା ବରର ମୃତଦେହ। ଏହି ଦୁଃଖଦ ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ବୁରୋମାଳ ପଞ୍ଚାୟତର ପଖନମୁଣ୍ଡା ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ କଶୃ ମଲ୍ଲିକ। ପଖନମୁଣ୍ଡା ଗାଁର ସୁକାନ୍ତି ମଲ୍ଲିକଙ୍କ ପୁଅ କଶୃଙ୍କ ବିବାହ ବେଲପଡ଼ା ଥାନା ଖରଖରା ଗାଁରେ ସ୍ଥିର ହୋଇଥିଲା। ଗତକାଲି ସନ୍ଧ୍ୟାରେ ବିବାହ ଥିଲା। ହେଲେ ବିଧିର ବିଧାନ […]

marriage

marriage

Tapaswini Nayak
  • Published: Thursday, 09 December 2021
  • Updated: 09 December 2021, 11:24 AM IST

Sports

Latest News

କଣ୍ଟାବାଞ୍ଜି (ଅନ୍ତିମ ପ୍ରାଣିଗ୍ରାହୀ): ଯେଉଁ ଦିନ ବାହାଘର ହୋଇଥା’ନ୍ତା, ସେହିଦିନ ସନ୍ଧ୍ୟାରେ ପିଜୁଳି ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଲା ବରର ମୃତଦେହ। ଏହି ଦୁଃଖଦ ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ବୁରୋମାଳ ପଞ୍ଚାୟତର ପଖନମୁଣ୍ଡା ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ କଶୃ ମଲ୍ଲିକ।

ପଖନମୁଣ୍ଡା ଗାଁର ସୁକାନ୍ତି ମଲ୍ଲିକଙ୍କ ପୁଅ କଶୃଙ୍କ ବିବାହ ବେଲପଡ଼ା ଥାନା ଖରଖରା ଗାଁରେ ସ୍ଥିର ହୋଇଥିଲା। ଗତକାଲି ସନ୍ଧ୍ୟାରେ ବିବାହ ଥିଲା। ହେଲେ ବିଧିର ବିଧାନ ଥିଲା ଅଲଗା। କାଲି ସନ୍ଧ୍ୟାରେ ହିଁ ପିଜୁଳି ଗଛରୁ ଝୁଲନ୍ତା ଅବସ୍ଥାରେ କଶୃଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କ ନିଜ ଜମିରେ ଥିବା ପିଜୁଳି ଗଛରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। କୃଶ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଛି, ତାହା ସ୍ପଷ୍ଟ ହୋଇନାହିଁ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କୃଶଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି। ତେବେ ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos