ମଶାଣିରୁ ନାବାଳିକାର ଶବ ଗାଏବ !

ଉମରକୋଟ (କାର୍ତ୍ତିକ ମଲ୍ଲିକ): ମଶାଣିରୁ ଜଣେ ନାବାଳିକାଙ୍କ ମୃତଦେହକୁ କେହି ଦୁର୍ବୃତ୍ତ ଖୋଳି ନେଇ ଯାଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ସାନଭରଣ୍ଡି ଗାଁରେ। ମିଳିଥିବା ସୂଚନା ଅନୁସାରେ, ଗତକାଲି ସାନଭରଣ୍ଡି ଗାଁର ଜଣେ ନାବାଳିକା ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତଦେହକୁ ପରିବାର ଲୋକେ ଗାଁ ମଶାଣିରେ ପୋତି ଦେଇଥିଲେ। ତେବେ ଆଜି ସକାଳେ ଶବ ପୋତା ସ୍ଥାନ ଅଧା ଖୋଳାଯାଇଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଝିଅର […]

deadbody8

deadbody8

Tapaswini Nayak
  • Published: Tuesday, 10 March 2020
  • Updated: 10 March 2020, 11:32 AM IST

ଉମରକୋଟ (କାର୍ତ୍ତିକ ମଲ୍ଲିକ): ମଶାଣିରୁ ଜଣେ ନାବାଳିକାଙ୍କ ମୃତଦେହକୁ କେହି ଦୁର୍ବୃତ୍ତ ଖୋଳି ନେଇ ଯାଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ସାନଭରଣ୍ଡି ଗାଁରେ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସାନଭରଣ୍ଡି ଗାଁର ଜଣେ ନାବାଳିକା ଆତ୍ମହତ୍ୟା କରିଥିଲେ। ତାଙ୍କ ମୃତଦେହକୁ ପରିବାର ଲୋକେ ଗାଁ ମଶାଣିରେ ପୋତି ଦେଇଥିଲେ। ତେବେ ଆଜି ସକାଳେ ଶବ ପୋତା ସ୍ଥାନ ଅଧା ଖୋଳାଯାଇଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଝିଅର ମୃତଦେହକୁ କେହି ଦୁର୍ବୃତ୍ତ ମଶାଣିରୁ ବାହାର କରି ନେଇଥିବା ପରିବାର ଲୋକେ ଆଜି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos