ସାତ ଦିନ ହେବ ନିଖୋଜ ଥିଲେ କନଷ୍ଟେବଲ, ଆଜି ମିଳିଲା ଗଳିତ ମୃତଦେହ

କୋରାପୁଟ (ଓଡ଼ିଶା ରିପୋର୍ଟର): ସାତ ଦିନ ହେବ ନିଖୋଜ ଥିବା ଜଣେ କନଷ୍ଟେବଲଙ୍କ ଗଳିତ ମୃତଦେହ ଆଜି କୋରାପୁଟ ସହର ସ୍ଥିତ ସର୍କିଟ୍ ହାଉସ୍‌ ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ମୃତ କନଷ୍ଟେବଲ ହେଲେ ଦୀପକ କୁମାର ଡୁଙ୍ଗଡୁଙ୍ଗ। ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲାରେ। ସେ ଓଏସଏପିର ଥାର୍ଡ ବାଟାଲିୟନରେ କାର୍ଯ୍ୟରତ ଥିଲେ। ସୂଚନା ଅନୁସାରେ, ଦୀପକ ନିଖୋଜ ଥିବା ନେଇ ଓଏସଏପି ପକ୍ଷରୁ ସୋମବାର ଟାଉନ୍‌ ଥାନାରେ ଏତଲା ଦିଆଯାଇଥିଲା। ପୁଲିସ ତାଙ୍କ ମୋବାଇଲ ଫୋନ୍‌ […]

DeadBody

DeadBody

Tapaswini Nayak
  • Published: Thursday, 02 December 2021
  • Updated: 02 December 2021, 01:26 PM IST

Sports

Latest News

କୋରାପୁଟ (ଓଡ଼ିଶା ରିପୋର୍ଟର): ସାତ ଦିନ ହେବ ନିଖୋଜ ଥିବା ଜଣେ କନଷ୍ଟେବଲଙ୍କ ଗଳିତ ମୃତଦେହ ଆଜି କୋରାପୁଟ ସହର ସ୍ଥିତ ସର୍କିଟ୍ ହାଉସ୍‌ ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ମୃତ କନଷ୍ଟେବଲ ହେଲେ ଦୀପକ କୁମାର ଡୁଙ୍ଗଡୁଙ୍ଗ। ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲାରେ। ସେ ଓଏସଏପିର ଥାର୍ଡ ବାଟାଲିୟନରେ କାର୍ଯ୍ୟରତ ଥିଲେ।

ସୂଚନା ଅନୁସାରେ, ଦୀପକ ନିଖୋଜ ଥିବା ନେଇ ଓଏସଏପି ପକ୍ଷରୁ ସୋମବାର ଟାଉନ୍‌ ଥାନାରେ ଏତଲା ଦିଆଯାଇଥିଲା। ପୁଲିସ ତାଙ୍କ ମୋବାଇଲ ଫୋନ୍‌ ନମ୍ବର ଟ୍ରାକ୍ କରି ଆଜି ସକାଳେ ତାଙ୍କ ଗଳିତ ମୃତଦେହକୁ ଉଦ୍ଧାର କରିଥିଲା।

ତେବେ ଦୀପକଙ୍କ ମୃତ୍ୟୁ କିପରି ହେଲା, ଏହା ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହୋଇ ନାହିଁ। ମୃତ କନେଷ୍ଟେବଲଙ୍କ ପକେଟରୁ ମୋବାଇଲ ଫୋନ୍, ଆଇକାର୍ଡ ଓ ଅନ୍ୟାନ କାଗଜ ପତ୍ର ପୁଲିସ ଜବତ କରିଛି।

ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୀପକଙ୍କ ସ୍ତ୍ରୀ ଓ ଭାଇ କରୋପୁଟରେ ପହଞ୍ଚିଥିବା ଜଣାପଡ଼ିଛି। ସାଇଣ୍ଟିଫିକ୍ ଟିମ୍ ଓ  ଟାଉନ ଥାନା ପୁଲିସ ଘଟଣାର ତଦନ୍ତ କରୁଛି। ୨୦୧୧ ମସିହାରେ ଓଏସଏପିର ଥାର୍ଡ ବାଟାଲିୟମର ଯୋଗ ଦେଇଥିଲେ ଦୀପକ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos