୫ଦିନ ହେବ ନିଖୋଜ ଥିଲେ ଅଙ୍ଗନବାଡ଼ି ଦିଦି, ଆଜି ମିଳିଲା ମୃତଦେହ

ଖଲ୍ଲିକୋଟ(ଓଡ଼ିଶା ରିପୋର୍ଟର): ୫ ଦିନ ହେବ ନିଖୋଜ ଥିଲେ ଅଙ୍ଗନବାଡି ଦିଦି। ଆଜି  ଜଙ୍ଗଲରୁ ମିଳିଲା ତାଙ୍କ ମୃତଦେହ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ପୋଡାପଦର ନିକଟରେ। ମୃତ ମହିଳା ଜଣଙ୍କ ହେଲେ ପୋଡାପଦର ଗାଁର ଅଙ୍ଗନବାଡି କର୍ମୀ ସୁଭାସିନୀ ପଣ୍ଡା। ଋଣ ସୁଝିନପାରି ଓ ଫାଇନାନ୍ସ କମ୍ପାନୀର ଜୁଲମ ଯୋଗୁଁ ସୁଭାସିନୀ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗତ ୮ ତାରିଖ ଦିନ ସୁଭାସିନୀ ଘରୁ ବାହାରକୁ […]

deadbody

deadbody

Tapaswini Nayak
  • Published: Friday, 13 May 2022
  • Updated: 13 May 2022, 01:25 PM IST

Sports

Latest News

ଖଲ୍ଲିକୋଟ(ଓଡ଼ିଶା ରିପୋର୍ଟର): ୫ ଦିନ ହେବ ନିଖୋଜ ଥିଲେ ଅଙ୍ଗନବାଡି ଦିଦି। ଆଜି  ଜଙ୍ଗଲରୁ ମିଳିଲା ତାଙ୍କ ମୃତଦେହ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ପୋଡାପଦର ନିକଟରେ। ମୃତ ମହିଳା ଜଣଙ୍କ ହେଲେ ପୋଡାପଦର ଗାଁର ଅଙ୍ଗନବାଡି କର୍ମୀ ସୁଭାସିନୀ ପଣ୍ଡା। ଋଣ ସୁଝିନପାରି ଓ ଫାଇନାନ୍ସ କମ୍ପାନୀର ଜୁଲମ ଯୋଗୁଁ ସୁଭାସିନୀ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଗତ ୮ ତାରିଖ ଦିନ ସୁଭାସିନୀ ଘରୁ ବାହାରକୁ ଯାଇ ଫେରି ନଥିଲେ। ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ଗତ ୧୧ ତାରିଖରେ ସୁଭାସିନୀଙ୍କ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ।  ଆଜି ସକାଳେ ପୋଡାପଦର ନିକଟ ଜଙ୍ଗଲରୁ ସୁଭାସିନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

ସୁଭାସିନୀ ଏକ ଫାଇନାନ୍ସ କମ୍ପାନୀରୁ ଋଣ ଆଣିଥିଲେ।  ଋଣ ପୈଠ ନ କରି ପାରୁ  ନଥିବାରୁ  ଫାଇନାନ୍ସ କମ୍ପାନୀ ପକ୍ଷରୁ ତାଙ୍କୁ ଗାଳି ଗୁଲଜ କରାଯାଉଥିଲା।  ଫାଇନାନ୍ସ କମ୍ପାନୀର ଜୁଲମ ସହି ନପାରି  ସୁଭାସିନୀ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos