ଗାଁରେ ପହଞ୍ଚିଲା ଜେସିବି ଅପରେଟର ସଂଜୟଙ୍କ ମୃତଦେହ, ଅଧିକ କ୍ଷତିପୂରଣ ଦାବିରେ ରାସ୍ତାରୋକ

ଆଠଗଡ଼(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ବୋରିପୁଟ ଅଘଟଣରେ ପ୍ରାଣ ହରାଇଥିବା ଜେସିବି ଅପରେଟର ସଂଜୟ ଦାସଙ୍କ ମୃତଦେହ ଆଜି ତାଙ୍କ ଗାଁରେ ପହଞ୍ଚିଛି। ଆଠଗଡ଼ ଖୁଣ୍ଟକଟାରେ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ମୃତକଙ୍କ ପରିବାରକୁ ଅଧିକ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଛନ୍ତି ଗ୍ରାମବାସୀ।

ତକାଲି ପଥର ତଳୁ ତାଙ୍କ ମୃତଦେହକୁ ଉଦ୍ଧାର କରିଥିଲେ ଉଦ୍ଧାରକାରୀ ଟିମ୍। ଦିନ ତମାମ ପଥର ବ୍ଲାଷ୍ଟିଂ କରି ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ଦୁଇ ଦିନ ତଳେ ଜେସିବି ଅପରେଟର ଦେବଗଡ଼ର ଘନଶ୍ୟାମ ଗୁରୁଙ୍କ ମୃତଦେହକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ସେ ଦେବଗଡ଼ର ବାସିନ୍ଦା ଥିଲେ।

ଦୁଇ ସପ୍ତାହ ଧରି ପାହାଡ଼ ଧସି ବିରାଟକାୟ ପଥରଖଣ୍ଡରେ ଚାପି ହୋଇ ରହିଥିଲେ ସଞ୍ଜୟ ଦାସ ଏବଂ ଘନଶ୍ୟାମ ଗୁରୁ।