ବୃଦ୍ଧ ଦମ୍ପତିଙ୍କ ମୃତଦେହ ଜଙ୍ଗଲରୁ ଠାବ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅନ୍ତର୍ଗତ କାଶିପାଳ ଜଙ୍ଗଲରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଠାବ କରାଯାଇଛି। ଜମିଜମା ବିବାଦରୁ ସେମାନଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ମୃତ ଦମ୍ପତ୍ତି ହେଲେ ବୁଦ୍ଧଦେବ ମହାକୁଡ ଓ ମାଳତୀ ଦେବୀ।

ଗତ ଶୁକ୍ରବାର ବୃଦ୍ଧ ଦମ୍ପତ୍ତି ସ୍ଥାନୀୟ ହାଟକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରି ନ ଥିଲେ। ଏନେଇ ତାଙ୍କ ପୁଅବୋହୂ ସେମାନଙ୍କୁ ବହୁତ ଖୋଜାଖୋଜି କରିଥିଲେ। ହେଲେ ସେମାନଙ୍କୁ ପାଇ ନଥିଲେ। ଏନେଇ ସେମାନେ ଥାନାରେ ଅଭିଯୋଗ କରିଥିଲେ।

ଗତକାଲି ସନ୍ଧ୍ୟାରେ କାଶିପାଳ ଜଙ୍ଗଲରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଠାବ କରାଯାଇଥିଲା। ଝୁମ୍ପୁରା ପୁଲିସ ଘଟଣାର ତଦନ୍ତ କରୁଛି।