କୂଅ ଭିତରୁ ମିଳିଲା ନାବାଳିକାର ମୃତଦେହ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ କାଙ୍କି ଗାଁର ଏକ ପରିତ୍ୟକ୍ତ କୂଅରୁ ୭ ବର୍ଷ ନାବାଳିକାର ମୃତଦେହ ଉଦ୍ଧାର କରାଯାଇଛି।  ତା ନାଁ ସଲମା ମୁର୍ମୁ। ଗତ ୨୬ ତାରିଖରୁ ସେ ନିଖୋଜ ଥିଲେ। ଏନେଇ ତାଙ୍କ ପରିବାର ଲୋକେ  ଥାନାରେ ଅଭିଯୋଗ କରିଥିଲେ।

ଆଜି ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୋଲିସ କୂଅ ଭିତରୁ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୋଲିସ ଏ ନେଇ ତଦନ୍ତ କରୁଛି।