ତିନି ଦିନ ତଳେ ବୁଡ଼ି ଯାଇଥିଲେ; ଆଜି ମିଳିଲା ମୃତଦେହ

ଯାଜପୁର (ଗୁଲାମ ଗସ୍‌): ଯାଜପୁର ସଦର ଥାନା ଖରସ୍ରୋତା ନଦୀର ତନ୍ତିଘାଇଠାରେ ବୁଡ଼ି ଯାଇ ନିଖୋଜ ଥିବା ନାବଳିକାଙ୍କ  ମୃତଦେହ ଆଜି ଉଦ୍ଧାର କରାଯାଇଛି। ବିଂଝାରପୁର ଥାନା ଏରଡ଼ା ଅଞ୍ଚଳରୁ ଓଡ୍ରାଫ କର୍ମଚାରୀ ମୃତଦେହ ଉଦ୍ଧାର କରିଛନ୍ତି। ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ଦୁଇ ସମ୍ପର୍କୀୟ ଭଉଣୀ ନାଜରିନ ବେଗମ ଓ ସାଇସ୍ତା ବେଗମ ତନ୍ତିଘାଇକୁ ଗାଧୋଇବାକୁ ଯାଇଥିଲେ। ହେଲେ ସେଠାରେ ଫଟୋ ଉଠାଉଥିବା ବେଳେ ସେମାନଙ୍କ ଗୋଡ ଖସି ଯାଇଥିଲା। ଉଭୟ ନଦୀରେ ବୁଡି ଯାଇଥିଲେ। […]

jajpur00

jajpur00

Tapaswini Nayak
  • Published: Tuesday, 17 December 2019
  • Updated: 17 December 2019, 11:43 AM IST

ଯାଜପୁର (ଗୁଲାମ ଗସ୍‌): ଯାଜପୁର ସଦର ଥାନା ଖରସ୍ରୋତା ନଦୀର ତନ୍ତିଘାଇଠାରେ ବୁଡ଼ି ଯାଇ ନିଖୋଜ ଥିବା ନାବଳିକାଙ୍କ  ମୃତଦେହ ଆଜି ଉଦ୍ଧାର କରାଯାଇଛି। ବିଂଝାରପୁର ଥାନା ଏରଡ଼ା ଅଞ୍ଚଳରୁ ଓଡ୍ରାଫ କର୍ମଚାରୀ ମୃତଦେହ ଉଦ୍ଧାର କରିଛନ୍ତି।

ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ଦୁଇ ସମ୍ପର୍କୀୟ ଭଉଣୀ ନାଜରିନ ବେଗମ ଓ ସାଇସ୍ତା ବେଗମ ତନ୍ତିଘାଇକୁ ଗାଧୋଇବାକୁ ଯାଇଥିଲେ। ହେଲେ ସେଠାରେ ଫଟୋ ଉଠାଉଥିବା ବେଳେ ସେମାନଙ୍କ ଗୋଡ ଖସି ଯାଇଥିଲା। ଉଭୟ ନଦୀରେ ବୁଡି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଲୋକେ ନାଜରିନଙ୍କୁ ଉଦ୍ଧାର କରିଥିବା ବେଳେ ସାଇସ୍ତା ନିଖୋଜ ହୋଇଯାଇଥିଲେ। ଆଜି ସକାଳେ ଓଡ୍ରାଫ ଟିମ୍‌ ଏରଡ଼ା ଅଞ୍ଚଳରୁ ସାଇସ୍ତାଙ୍କ ମୃତଦେହ ଉଦ୍ଧାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos