/odisha-reporter/media/media_files/2026/02/20/death-2026-02-20-18-49-59.jpg)
ପ୍ରେମର କାହାଣୀର ଶେଷଭାଗରେ ପ୍ରେମିକର ଜୀବନ ଗଲା ? ପ୍ରେମିକା ବିଶ୍ବାସଘାତକ ସାଜିଲା ନା ପ୍ରେମିକ ସହ ଆଉ କିଛି ଘଟିଲା? ଏ ସମସ୍ତ ଘଟଣାର ମୂକସାକ୍ଷୀ ସେହି ଓୟୋ ହୋଟେଲ । କଣ ଘଟିଲା ଓୟୋ ରୁମ ନମ୍ବର 206ରେ । କଣ ହେଲା ରାତିରେ। କାହିଁକି ପ୍ରାଣ ହରାଇଲେ ବାବୁନା। ବାବୁନାଙ୍କ ବେକରେ ସେ ଦାଗ କଣ। କାହିଁକି ଘରେ କହିଥିଲେ ସେ ଅଛନ୍ତି ବାଙ୍ଗାଲୁରୁରେ। ପ୍ରେମ, ଲିଭ ଇନ୍ ଓ ପରେ ପ୍ରେମିକର ସନ୍ଦେହଜନକ ମୃତ୍ୟୁ। ପ୍ରେମିକର ମୃତ୍ୟୁ ପରେ ଫେରାର ହୋଇଯାଇଛି ପ୍ରେମିକା। ମୃତ୍ୟୁ ବେଳେ ଆଉ ଦୁଇ ଯୁବକ ଝିଅ ସହ ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଏ ଘଟଣା ଆହୁରି ସନ୍ଦେହ ସୃଷ୍ଟି କରୁଛି। ଭୁବନେଶ୍ବର ପୋଖରୀପୁଟ ଅଞ୍ଚଳର ଏକ ଓୟୋ ହୋଟେଲରେ ଏଭଳି ଘଟଣା ଘଟିଛି ।
ପୁରୁଣା ଭୁବନେଶ୍ବରର ଅଞ୍ଚଳର ବୁବୁନା ପ୍ରଧାନ ବେଙ୍ଗାଲୁରୁର ଏକ ସଫ୍ଟଓ୍ବେର କମ୍ପାନୀରେ ଚାକିରି କରିନ୍ତି। ପରିବାର ଲୋକ ଜାଣିଥିଲେ ପୁଅ ବେଙ୍ଗାଲୁରୁରେ ଚାକିରି କରିଛି ବୋଲି। ହେଲେ ପୁଅ ପୁରିବାରକୁ ନଜଣାଇ ଭୁବନେଶ୍ବରରେ ପୋଖରୀପୁଟରେ ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ବୁବୁନାଙ୍କ ପ୍ରେମିକା ବୁବୁନାଙ୍କ ସମ୍ପର୍କୀୟ ଭଉଣୀଙ୍କୁ ଫୋନ କରି କହିଥିଲେ ବୁବୁନା ହେଟେଲରେ ରଶି ଲଗାଇ ଦେଇଛି ତୁରନ୍ତ ଆସ। ଏହା ଶୁଣି ପରିବାର ଲୋକ ପୋଖରୀପୁଟ ସ୍ଥିତ ହୋଟେଲକୁ ଯାଇ ବୁବୁନାଙ୍କୁ ନେଇ ଆସିଥିଲେ ଡାକ୍ତରଖାନା। ପରେ ସେଠାରେ ଡାକ୍ତର ବୁବୁନାଙ୍କୁ ମୃତ ଘୋଷଣା କରିଥିଲେ । ବାବୁନାଙ୍କ ପ୍ରେମିକାଙ୍କ ସଙ୍ଗେ ଦୁଇ ଜଣେ ପୁଅ ହସ୍ପିଟାଲ ଯାଏଁ ଆସିଥିଲେ । ଆଉ ତା ପରେ ସମସ୍ତେ ଗାୟବ।
ଏ ଘଟଣାରେ କିନ୍ତୁ ସବୁଠ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ବୁବୁନା ଘରେ କହିଥିବା ମିଛ କଥା। କେବେଠାରୁ ଓ କାହିଁକି ବେଙ୍ଗାଲୁରୁ କହି ଭୁବନେଶ୍ବରରେ ରହୁଥିଲା ସେ? ଯଦି ପରିବାର ଲୋକ ପ୍ରେମ ବିଷୟରେ ଜାଣିଥିଲେତେବେ ସେମାନଙ୍କୁ ମିଛ କହି କାହିଁକି ହୋଟେଲରେ ରହୁଥିଲେ? ଓୟୋ ରୁମରେ କିଛି ଝଗଡ଼ା ପାଇଁ ଏମିତି ଚରମ ନିଷ୍ପତ୍ତି ନେଇଛନ୍ତି ବାବୁନି ନା ତାଙ୍କୁ ହତ୍ୟା କରି ରଶି ଲଗାଇ ଦେଇଥିବାର ମିଛ କହୁଯାଉଛି? ସେପଟେ ଯୁବତୀ ଜଣକ ପୁଅକୁ ମାରିଦେଇଥିବାର ସିଧା ଅଭିଯୋଗ ଆଣିଛନ୍ତି ମୃତ ବୁବୁନାଙ୍କ ବାପା । କହିଛନ୍ତି, ପୁଅକୁ ହୋଟେଲରୁ ରିସିଭ କଲା ବେଳେ ଦୁଇ ଯୁବକ ସେ ଝିଅ ସହ ଥିଲେ। ତେଣୁ ତାକୁ ହତ୍ୟା କରିଥିବା ସନ୍ଦେହହେଊଛି ବୋଲି ବୁବୁନାଙ୍କ ବାପା କହିଛନ୍ତି।
ଯୁବତୀ ଧରାପଡିବା ପରେ ଏ ଘଟଣା ଉପରୁ ପର୍ଦ୍ଦା ଉଠିପାରିବ। ପୋଲିସ କେବେ ଏ ଘଟଣାର ମୂଳକୁ ଯାଇ ପ୍ରକୃତ କାରଣବାହାରି କରିବ ତାହା ଦେଖିବାକୁ ବାକି ରହିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
