ଦେବଗଡ଼: ଦେବଗଡ଼ ଜିଲ୍ଲା କପାସିରା ଜଙ୍ଗଲରେ ଚିକିତ୍ସାଧୀନ ମାଈ ହାତୀର ମୃତ୍ୟୁ ଘଟିଛି। ଅସୁସ୍ଥ ହାତୀଟିକୁ ବୁଧବାରଠାରୁ ଓୟୁଏଟିର ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ୍ ଚିକିତ୍ସା କରୁଥିଲା। ଗତକାଲି ରାତିରେ ହାତୀଟିର ମୃତ୍ୟୁ ଘଟିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ହାତୀଟିର ଶବ ବ୍ୟବଚ୍ଛେଦ କରାଯିବ।
ଗତ ରବିବାର ତିଳେଇବଣୀ ବ୍ଳକର ଅସୁରଖୋଳ ଗାଁର ଜନବସତି ଅଞ୍ଚଳକୁ ମାଈ ହାତୀଟି ପଳାଇ ଆସିଥିଲା। ହାତୀଟି ତିନ ଦିନ ଗୋଟିଏ ଜାଗାରେ ପଡ଼ି ରହିଥିବା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ସୂଚନା ଦେଇଥିଲେ। ହାତୀଟି ଅସୁସ୍ଥ ଥିବା ବନ ବିଭାଗ ଜାଣିପାରିଥିଲା। ହାତୀର ଚିକିତ୍ସା ଲାଗି ଗାଁ ଲୋକଙ୍କ ବାରମ୍ୱାର ଦାବି ପରେ ସମ୍ୱଲପୁରରୁ ଏକ ଟ୍ରାଙ୍କୁଲାଇଜର ଟିମ୍ ଓ ଭୁବନେଶ୍ୱର ଓୟୁଏଟିରୁ ଏକ ପ୍ରାଣୀ ଚିକିତ୍ସକ ଦଳ ପହଞ୍ଚି ତାର ଚିକିତ୍ସା ଆରମ୍ଭ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।