ଦେବଗଡ଼: ସିଆରପିଏଫ୍ ଏଏସ୍‌ଆଇଙ୍କ ଆତ୍ମହତ୍ୟା ଉଦ୍ୟମ

ଦେବଗଡ଼/ସମ୍ବଲପୁର: ଦେବଗଡ଼ ଜିଲ୍ଲା ପୁରୁଣାଗଡ଼ ସିଆରପିଏଫ୍ କ୍ୟାମ୍ପରେ ଜଣେ ଏଏସ୍‌ଆଇ ନିଜ ବନ୍ଧୁକରୁ ଗୁଳି ଫୁଟାଇ ରବିବାର ବିଳମ୍ୱିତ ରାତିରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ବି.ଏନ୍. ରାଓ। ତାଙ୍କ ଘର ଆନ୍ଧ୍ରପ୍ରଦେଶରେ ବୋଲି ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଦେବଗଡ଼ ସଦର ମହକୁମା ଡାକ୍ତରଖାନାକୁ ନିଆଯାଇଥିଲା। ପରେ ବୁର୍ଲା ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଦେହରେ ଦୁଇଟି ଗୁଳି ବାଜିଛି। ଗୁଳି ଦୁଇଟି ଛାତିରେ ବାଜି ବାହାରିଯାଇଛି। ତାଙ୍କ ଅବସ୍ଥା […]

crpf

crpf

Rakesh Mallick
  • Published: Monday, 15 February 2016
  • Updated: 15 February 2016, 10:08 AM IST

Sports

Latest News

ଦେବଗଡ଼/ସମ୍ବଲପୁର: ଦେବଗଡ଼ ଜିଲ୍ଲା ପୁରୁଣାଗଡ଼ ସିଆରପିଏଫ୍ କ୍ୟାମ୍ପରେ ଜଣେ ଏଏସ୍‌ଆଇ ନିଜ ବନ୍ଧୁକରୁ ଗୁଳି ଫୁଟାଇ ରବିବାର ବିଳମ୍ୱିତ ରାତିରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ବି.ଏନ୍. ରାଓ। ତାଙ୍କ ଘର ଆନ୍ଧ୍ରପ୍ରଦେଶରେ ବୋଲି ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଦେବଗଡ଼ ସଦର ମହକୁମା ଡାକ୍ତରଖାନାକୁ ନିଆଯାଇଥିଲା। ପରେ ବୁର୍ଲା ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଦେହରେ ଦୁଇଟି ଗୁଳି ବାଜିଛି। ଗୁଳି ଦୁଇଟି ଛାତିରେ ବାଜି ବାହାରିଯାଇଛି। ତାଙ୍କ ଅବସ୍ଥା ଉଦ୍‌ବେଗଜନକ ରହିଛି ବୋଲି ସର୍ଭରୀ ବିଭାଗର ସହକାରୀ ପ୍ରଫେସର ଅଶୋକ କୁମାର ନାୟକ କହିଛନ୍ତି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ବୁର୍ଲାରୁ ଆମ୍ବୁଲାନ୍ସ ଯୋଗେ କଟକ ପଠାଯାଇଥିଲା। ତେବେ କିଛି ବାଟ ଗଲା ପରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ପୁଣି ବୁର୍ଲା ଡାକ୍ତରଖାନାକୁ ଫେରାଇ ଅଣାଯାଇଛି।

ଘଟଣାସ୍ଥଳରୁ ହଳେ ଚପଲ ଓ ଏକେ ୪୭ ରାଇଫଲ୍‌ରେ ବ୍ୟବହୃତ ଖୋକା ମିଳିଛି। ଏ ନେଇ ଦେବଗଡ଼ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ୍।  ତେବେ କାହିଁକି ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି, ତାହାର କାରଣ ଜଣାପଡ଼ି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos