ଡିସେମ୍ୱର ୩୧ ସୁଦ୍ଧା ରାସନ କାର୍ଡ ବଣ୍ଟନ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାସନ କାର୍ଡ ବଣ୍ଟନରେ କିଛି ସ୍ଥାନରେ ହୋଇଥିବା ଅନିୟମିତତା ନେଇ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ମଙ୍ଗଳବାର ସଚ୍ଚିବାଳୟରେ ଜିଲ୍ଲାପାଳଙ୍କ ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗ ଉଠାଇଥିଲେ । ଗରିବ ଲୋକଙ୍କ ଅଧିକାର ଯେପରି ସୁରକ୍ଷିତ ରୁହେ ସେଥିପ୍ରତି ବିଶେଷ ଯତ୍ନବାନ ହେବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ଏଥିରେ ତ୍ରୁଟିବିଚ୍ୟୁତିକୁ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ […]

rasan

rasan

Rakesh Mallick
  • Published: Wednesday, 30 December 2015
  • Updated: 30 December 2015, 02:30 AM IST

Sports

Latest News

ଭୁବନେଶ୍ୱର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାସନ କାର୍ଡ ବଣ୍ଟନରେ କିଛି ସ୍ଥାନରେ ହୋଇଥିବା ଅନିୟମିତତା ନେଇ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ମଙ୍ଗଳବାର ସଚ୍ଚିବାଳୟରେ ଜିଲ୍ଲାପାଳଙ୍କ ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗ ଉଠାଇଥିଲେ । ଗରିବ ଲୋକଙ୍କ ଅଧିକାର ଯେପରି ସୁରକ୍ଷିତ ରୁହେ ସେଥିପ୍ରତି ବିଶେଷ ଯତ୍ନବାନ ହେବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହାସହ ଏଥିରେ ତ୍ରୁଟିବିଚ୍ୟୁତିକୁ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇଥିଲେ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ଅଯୋଗ୍ୟ ହିତାଧିକାରୀମାନଙ୍କ ବିରୋଧରେ ସୁନ୍ଦରଗଡ଼ ଓ ରାଉରକେଲା ପ୍ରଶାସନ ଯେପରି ଫୌଜଦାରୀ ମକଦ୍ଦମା ରୁଜୁ କରୁଛନ୍ତି ସେଥିପାଇଁ କଠୋର ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ରାସନ କାର୍ଡ ବଣ୍ଟନ କାର୍ଯ୍ୟ ଡିସେମ୍ୱର ୩୧ ସୁଦ୍ଧା ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହାସହ ଫେବୃଆରୀ ୨୦୧୬ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାର ୫୦ଟି ପୌରାଞ୍ଚଳର ୫୮ଟି କେନ୍ଦ୍ରରେ ଆହାର କାର୍ଯ୍ୟକ୍ରମ ଆରମ୍ଭ କରାଯିବା ନେଇ ନିଷ୍ପତ୍ତି ହୋଇଛି ।

ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ, ପଞ୍ଚାୟତରାଜ ମନ୍ତ୍ରୀ ଅରୁଣ ସାହୁ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ସହ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତି ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos