ଟଳିନି ବିପଦ : ବିନା ଝଡ଼ରେ ବୁଡ଼ାଇବ, ୪୮ ଘଣ୍ଟାରେ ଡିପ୍ ଡିପ୍ରେସନ୍‌

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର) ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବାତ୍ୟା ଅଶଙ୍କା ନାହିଁ । ଏହା ସ୍ପଷ୍ଟ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।  କିନ୍ତୁ ବାତ୍ୟା ନହେଲେ ମଧ୍ୟ ଲଘୁଚାପ ପ୍ରଭାବରେ ୨-୩ ଦିନ ଧରି ପ୍ରବଳ ବର୍ଷାର ଆଶଙ୍କା ରହିଛି।  ଏଥିପାଇଁ ଦକ୍ଷିଣ, ଉପକୂଳ ଓ ଉତ୍ତର ଓଡ଼ିଶାର ୧୮ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଆଜି ପ୍ରଭାବିତ ହେବାକୁ ଥିବା ଜିଲ୍ଲାର […]

CAP

CAP

Rakesh Mallick
  • Published: Tuesday, 05 December 2017
  • Updated: 05 December 2017, 08:29 PM IST

Sports

Latest News

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର) ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବାତ୍ୟା ଅଶଙ୍କା ନାହିଁ । ଏହା ସ୍ପଷ୍ଟ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।  କିନ୍ତୁ ବାତ୍ୟା ନହେଲେ ମଧ୍ୟ ଲଘୁଚାପ ପ୍ରଭାବରେ ୨-୩ ଦିନ ଧରି ପ୍ରବଳ ବର୍ଷାର ଆଶଙ୍କା ରହିଛି।  ଏଥିପାଇଁ ଦକ୍ଷିଣ, ଉପକୂଳ ଓ ଉତ୍ତର ଓଡ଼ିଶାର ୧୮ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଆଜି ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ସ୍ଥିତିର ସମୀକ୍ଷା କରିବା ସହ ଧାନର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆସୁଛି ବିପତ୍ତି

ଚାଷୀ ପାଇଁ ଆଗକୁ ଆସୁଛି ବିପତ୍ତିର ବର୍ଷା। ହେଲେ ତା’ ପୂର୍ବରୁ କେମିତି ସୁରକ୍ଷିତ ରହିବ ଚାଷୀର ଫସଲ ସେଥିପାଇଁ ସରକାରୀ ସ୍ତରରେ ତନାଘନା ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ଭାବ୍ୟ ବର୍ଷା ସ୍ଥିତିର ସମୀକ୍ଷା କରିବା ସହ ବର୍ଷା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଭିଡିଓ କନ୍ଫରେନ୍ସିଂରେ ଆଲୋଚନା କରିଛନ୍ତି।  ଖଳା ଓ ମଣ୍ଡିରେ ଯେଭଳି ଧାନ ନଷ୍ଟ ନ ହୁଏ ସେଥିପାଇଁ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବୁଲୁଛି ପ୍ରଚାର ଗାଡ଼ି

ବର୍ଷା ନେଇ ଚାଷୀଙ୍କୁ ସତର୍କ ଓ ସଚେତନ କରିବାକୁ ଗାଁରେ ଗାଁରେ ବୁଲୁଛି ପ୍ରଚାର ଗାଡ଼ି। ବାଲେଶ୍ୱର ରେମୁଣା ଅଞ୍ଚଳର ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ଗତମାସର ଅଦିନିଆ ବର୍ଷା ମାଡ଼ରୁ ବର୍ତ୍ତିଥିବା ଧାନ ଫସଲ ଅମଳ ବେଳକୁ ଆଉ ଏକ ବର୍ଷା ବିପତ୍ତିକୁ ଚାଷୀକୁ ଆତଙ୍କିତ କରି ଦେଇଛି। ବିଲରେ କଟା ହୋଇଥିବା ଧାନ ସିନା ଖଳାକୁ ପଳେଇବ, ହେଲେ କଟା ହୋଇ ନ ଥିବା ପାଚିଲା, ଦରପାଚିଲା ଧାନର ଅବସ୍ଥା କ’ଣ ହେବ ତାକୁ ନେଇ ଚିନ୍ତା।  କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଚାଷୀଙ୍କ ପାଇଁ ବି ଅନୁରୂପ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ବର୍ଷା ହେଲେ କୋଉଠି ସୁରକ୍ଷିତ ରହିବ ଧାନ।  ଖଳାରେ ନା ବିଲରେ। ତାକୁ ନେଇ ଚାଷୀମାନେ ଚିନ୍ତିତ ହୋଇପଡ଼ିଛନ୍ତି।

୪୮ ଘଣ୍ଟା ମଧ୍ୟରେ ଡିପ୍ ଡିପ୍ରେସନ୍‌

ସେପଟେ  ବଙ୍ଗୋପସାଗରରେ ଘନୀଭୂତ ହେଉଥିବା ଲଘୁଚାପ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଡିପ୍ ଡିପ୍ରେସନ୍‌ ରୂପ ନେବ।  ତେବେ ଆଶ୍ୱସ୍ତିର କଥା ହେଉଛି ବାତ୍ୟା ଆଶଙ୍କା ନାହିଁ । କିନ୍ତୁ ବିନା ବତାଶରେ ୭ ତାରିଖରୁ ଦକ୍ଷିଣ ଓଡ଼ିଶାରୁ ବର୍ଷା ଆରମ୍ଭ ହୋଇ ୮ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶା ଏବଂ ୯ରୁ ୧୦ ତାରିଖ ଭିତରେ ଉପକୂଳ ଓଡ଼ିଶାରେ ଅଧିକ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏପରିକି ୧୩ ତାରିଖ ପଯର୍ୟନ୍ତ ମଧ୍ୟ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ବିଭାଗ କହିଛି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos