ନକ୍ସଲଙ୍କ ନାଲି ‌ଆଖିକୁ ନ ଡରି ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମୌଳିକ ସୁବିଧା ମିଳୁ ନ ଥିବା ପ୍ରତିବାଦରେ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି କରିଛନ୍ତି ଅଞ୍ଚଳବାସୀ।   ଚିତ୍ରକୋଣ୍ଡାର ୪ଟି ପଞ୍ଚାୟତର ଶତାଧିକ ଲୋକ ଏଥିନିମନ୍ତେ ଏକାଠି ହୋଇ ପ୍ରତିବାଦ ଜଣାଇଛନ୍ତି। ଏହାସହ ମୁଦୁଲିଗୁଡ଼ାରେ ନୂତନ ପଞ୍ଚାୟତ ପ୍ରତିଷ୍ଠା ପାଇଁ ମଧ୍ୟ ଦାବି କରିଛନ୍ତି। ଏସବୁ ଦାବି ନେଇ ବାରମ୍ବାର ଆନ୍ଦୋଳନ ପରେ ବି ପ୍ରଶାସନ ଶୁଣୁନଥିବା ଅଭିଯୋଗ କରି ପୁଣି ଏକାଠି ହୋଇଛନ୍ତି ସ୍ୱାଭିମାନ ଅଞ୍ଚଳ ବାସିନ୍ଦା। ନାକାମାମୁଡ଼ି ପଞ୍ଚାୟତ ଖଜୁରିପଡ଼ା ଗାଁରେ ଏହି […]

praja,,,,,,

praja,,,,,,

Tapaswini Nayak
  • Published: Wednesday, 23 October 2019
  • Updated: 23 October 2019, 12:46 PM IST

Sports

Latest News

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମୌଳିକ ସୁବିଧା ମିଳୁ ନ ଥିବା ପ୍ରତିବାଦରେ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି କରିଛନ୍ତି ଅଞ୍ଚଳବାସୀ।   ଚିତ୍ରକୋଣ୍ଡାର ୪ଟି ପଞ୍ଚାୟତର ଶତାଧିକ ଲୋକ ଏଥିନିମନ୍ତେ ଏକାଠି ହୋଇ ପ୍ରତିବାଦ ଜଣାଇଛନ୍ତି।

ଏହାସହ ମୁଦୁଲିଗୁଡ଼ାରେ ନୂତନ ପଞ୍ଚାୟତ ପ୍ରତିଷ୍ଠା ପାଇଁ ମଧ୍ୟ ଦାବି କରିଛନ୍ତି। ଏସବୁ ଦାବି ନେଇ ବାରମ୍ବାର ଆନ୍ଦୋଳନ ପରେ ବି ପ୍ରଶାସନ ଶୁଣୁନଥିବା ଅଭିଯୋଗ କରି ପୁଣି ଏକାଠି ହୋଇଛନ୍ତି ସ୍ୱାଭିମାନ ଅଞ୍ଚଳ ବାସିନ୍ଦା। ନାକାମାମୁଡ଼ି ପଞ୍ଚାୟତ ଖଜୁରିପଡ଼ା ଗାଁରେ ଏହି ବିଶାଳ ପ୍ରଜାମେଳି ହୋଇଛି ।

ଗତ ଜୁନ ୨୮ ତାରିଖରେ ଏଭଳି ଏକ ଆନ୍ଦୋଳନ କରି ଲୋକେ ମୁଦୁଲିଗୁଡ଼ାରେ ନୂତନ ପଞ୍ଚାୟତ ପ୍ରତିଷ୍ଠା ଦାବି କରିଥିଲେ। ସେତେବେଳେ ପ୍ରଶାସନ ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଥିଲା। ଘଟଣାକୁ ୪ ମାସ ବିତି ଯାଇଥିଲେ ବି ଏଯାଏ ଦାବି ପୂରଣ ହୋଇ ନ ଥିବାରୁ ପୁଣି ଏକାଠି ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ୪ଟି ପଞ୍ଚାୟତର ଶତାଧିକ ଲୋକ।

ନକ୍ସଲଙ୍କ ନାଲି ‌ଆଖିକୁ ଖାତିର ନକରି ନିଜ ଅଞ୍ଚଳର ବିକାଶ ପାଇଁ ସ୍ୱର ଉଠାଇଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ।  ଦାବି ପୂରଣ ନହେଲେ ଆନ୍ଦୋଳନ ଜୋରଦାର କରିବା ସହ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବେ ଅଞ୍ଚଳବାସୀ। ଏହାସହ ରାଜଧାନୀରେ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos