ସୁପ୍ରିମକୋର୍ଟରେ ମହାନଦୀ ଜଳ ବିବାଦର ଶୁଣାଣି: ଓଡ଼ିଶା ରଖିଲା ଯୁକ୍ତି

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ସମାଧାନ ପାଇଁ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଆଜି ଶୁଣାଣି ହୋଇଛି। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାର ବ୍ୟାରେଜ୍ ନିର୍ମାଣ କାମ ବନ୍ଦ କରୁ ବୋଲି ଶୁଣାଣି ବେଳେ ରାଜ୍ୟ ସରକାର ଯୁକ୍ତି ବାଢ଼ିଥିଲେ। ତାହାସହ ଏକ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନ କରି ସମାଧାନର ରାସ୍ତା ବାହାର କରାଯାଉ ବୋଲି ରାଜ୍ୟ ସରକାର ଯୁକ୍ତି ଉପସ୍ଥାପନ କରିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷ ରଖି ଆଡିସନାଲ୍ ସଲିସିଟର […]

mahanadi-bridge-in-chatis

mahanadi-bridge-in-chatis

Rakesh Mallick
  • Published: Tuesday, 02 May 2017
  • Updated: 02 May 2017, 08:51 PM IST

Sports

Latest News

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ସମାଧାନ ପାଇଁ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଆଜି ଶୁଣାଣି ହୋଇଛି। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାର ବ୍ୟାରେଜ୍ ନିର୍ମାଣ କାମ ବନ୍ଦ କରୁ ବୋଲି ଶୁଣାଣି ବେଳେ ରାଜ୍ୟ ସରକାର ଯୁକ୍ତି ବାଢ଼ିଥିଲେ। ତାହାସହ ଏକ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନ କରି ସମାଧାନର ରାସ୍ତା ବାହାର କରାଯାଉ ବୋଲି ରାଜ୍ୟ ସରକାର ଯୁକ୍ତି ଉପସ୍ଥାପନ କରିଥିଲେ।

କେନ୍ଦ୍ର ସରକାରଙ୍କ ପକ୍ଷ ରଖି ଆଡିସନାଲ୍ ସଲିସିଟର ଜେନେରାଲ କହିଥିଲେ,“ବିବାଦର ସମାଧାନ ପାଇଁ ଜୁଲାଇ ସୁଦ୍ଧା ଏକ ସ୍ଥାୟୀ ୱାଟର ଟ୍ରିବ୍ୟୁନାଲ ଗଠନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଜୁଲାଇ ୨୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।”

ଅନ୍ୟପକ୍ଷରେ ମହାନଦୀ ପ୍ରସଙ୍ଗରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି କେନ୍ଦ୍ରୀୟ ଜଳ ଆୟୋଗ। ମହାନଦୀ ବଞ୍ଚାଅ କମିଟି ପକ୍ଷରୁ ଟ୍ରିବ୍ୟୁନାଲ ଗଠନ ଦାବିରେ ଦାୟର ଜନସ୍ୱାର୍ଥ ମାମଲାରେ ସତ୍ୟପାଠ ଦାଖଲ କରାଯାଇଛି। ଆନ୍ତଃରାଜ୍ୟ ଜଳବିବାଦ ଆଇନ ୧୯୫୬ର ଧାରା ୩ ଅନୁଯାୟୀ ରାଜ୍ୟ ସରକାର ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିପାରିବେ ବୋଲି ସତ୍ୟପାଠରେ ଦର୍ଶାଇଛି ସିଡବ୍ଲୁସି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos