କୋଟିଏ ଠକିଥିଲେ, ଭଦ୍ରକସ୍ଥିତ ଶ୍ୱଶୁର ଘରୁ ଉଠାଇ ନେଲା ଦିଲ୍ଲୀ ପୁଲିସ୍‌

ଭଦ୍ରକ(ଓଡ଼ିଶା ରିପୋର୍ଟର): ନାମୀ ଦାମୀ କମ୍ପାନୀର ଫେକ ଆଇଡ଼ି ଖୋଲି ଅନଲାଇନ୍‌ରେ ପ୍ରାୟ  କୋଟିଏ ଟଙ୍କା ଠକିଥିଲେ। ଏନେଇ ଅଭିଯୋଗରେ ହେବା ପରେ ଅଭିଯୁକ୍ତକୁ ଖୋଜିଖୋଜି ଭଦ୍ରକରେ ପହଞ୍ଚିଥିଲା ଦିଲ୍ଲୀ ପୁଲିସ୍‌। ଏହାପରେ ରାତି ଅଧିଆ ଭଦ୍ରକସ୍ଥିତ ଶ୍ୱଶୁର ଘରୁ  ଯୁବକଙ୍କୁ ଉଠାଇ ନେଇଥିବା ଜଣାଯାଇଛି।  ଏହି ଘଟଣା ଘଟିଛି ଭଦ୍ରକ ଧୂଷୁରୀ ଥାନା ଅନ୍ତର୍ଗତ  ନରହରିପୁରରେ। ଯୁବକ ଜଣଙ୍କ ହେଲେ ରାଜେନ୍ଦ୍ର ମଲ୍ଲିକ। ତାଙ୍କ ଘର ଯାଜପୁରର ବରୀ ଅଞ୍ଚଳରେ ବୋଲି ଜଣାପଡିଛି। ଅଭିଯୋଗ ଅନୁସାରେ,ରାଜେନ୍ଦ୍ରଙ୍କ […]

bhadrak

bhadrak

Tapaswini Nayak
  • Published: Saturday, 05 December 2020
  • Updated: 05 December 2020, 11:41 AM IST

Sports

Latest News

ଭଦ୍ରକ(ଓଡ଼ିଶା ରିପୋର୍ଟର): ନାମୀ ଦାମୀ କମ୍ପାନୀର ଫେକ ଆଇଡ଼ି ଖୋଲି ଅନଲାଇନ୍‌ରେ ପ୍ରାୟ  କୋଟିଏ ଟଙ୍କା ଠକିଥିଲେ। ଏନେଇ ଅଭିଯୋଗରେ ହେବା ପରେ ଅଭିଯୁକ୍ତକୁ ଖୋଜିଖୋଜି ଭଦ୍ରକରେ ପହଞ୍ଚିଥିଲା ଦିଲ୍ଲୀ ପୁଲିସ୍‌। ଏହାପରେ ରାତି ଅଧିଆ ଭଦ୍ରକସ୍ଥିତ ଶ୍ୱଶୁର ଘରୁ  ଯୁବକଙ୍କୁ ଉଠାଇ ନେଇଥିବା ଜଣାଯାଇଛି। 

ଏହି ଘଟଣା ଘଟିଛି ଭଦ୍ରକ ଧୂଷୁରୀ ଥାନା ଅନ୍ତର୍ଗତ  ନରହରିପୁରରେ। ଯୁବକ ଜଣଙ୍କ ହେଲେ ରାଜେନ୍ଦ୍ର ମଲ୍ଲିକ। ତାଙ୍କ ଘର ଯାଜପୁରର ବରୀ ଅଞ୍ଚଳରେ ବୋଲି ଜଣାପଡିଛି।

ଅଭିଯୋଗ ଅନୁସାରେ,ରାଜେନ୍ଦ୍ରଙ୍କ ବିଭିନ୍ନ ନାମୀ ଦାମୀ କମ୍ପାନୀର ଫେକ ଆଇଡ଼ି ଖୋଲି ଫ୍ଲାଇଟ ଟିକେଟ ବୁକିଂ କରୁଥିଲେ। ବିଭିନ ଜାଗାରୁ
ଅନଲାଇନ୍‌ରେ ଲୋକଙ୍କ ନିକଟରୁ ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଦିଲ୍ଲୀ ପୁଲିସ୍‌ ତାଙ୍କୁ ଖୋଜାଖୋଜି କରୁଥିଲା ।

ରାଜେନ୍ଦ୍ର ଧୂଷୁରୀର ନରହରିପୁରରେ ଥିବା ଦିଲ୍ଲୀ ପୁଲିସ୍‌ ଜାଣିବାକୁ ପାଇ ଗତକାଲି ବିଳମ୍ବିତ ରାତିରେ ପହଞ୍ଚିଥିଲା। ଏହାପରେ‌ ଧୂଷୁରୀ ପୁଲିସ୍‌ ସହାୟତାରେ ନରହରିପୁରସ୍ଥିତ ରାଜେନ୍ଦ୍ରଙ୍କ ଶ୍ୱଶୁର ଘରେ ଚଢ଼ଉ କରିଥିଲା। ସେଠାରୁ ତାଙ୍କୁ ଉଠାଇ ନେଇ ଧୂଷୁରୀ ଥାନାରେ ଅଧିକ ପଚରା ଉଚୁରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos