ଓଡ଼ିଆ ଆଇପିଏସ୍‌ ଦିଲ୍ଲୀର ପରବର୍ତ୍ତୀ ପୋଲିସ କମିଶନର ହୋଇପାରନ୍ତି

ଭୁବନେଶ୍ୱର: ଦିଲ୍ଲୀର ପରବର୍ତ୍ତୀ ପୋଲିସ କମିଶନର ହୋଇପାରନ୍ତି ଓଡ଼ିଆ ଆଇପିଏସ୍‌ ଅମୂଲ୍ୟ ପଟ୍ଟନାୟକ। ସେ ୧୯୮୫ ମସିହା ୟୁପି କ୍ୟାଡର ଆଇପିଏସ୍‌। ଏବେ ସେ ଦିଲ୍ଲୀର ସ୍ପେଶାଲ କମିଶନର ଅଛନ୍ତି। ବରିଷ୍ଠ ଆଇପିଏସ୍‌ ଦୀପକ ମିଶ୍ର ଓ ଧର୍ମେନ୍ଦ୍ର କୁମାର ମଧ୍ୟ କମିଶନର ରେସ୍‌ରେ ଅଛନ୍ତି।

ଦିଲ୍ଲୀ ପୋଲିସ୍‌ କମିଶନର ଆଲୋକ ବର୍ମା ସିବିଆଇ ମୁଖ୍ୟ ହେବା ପରେ ଏହି ପଦ ଖାଲି ପଡ଼ିଥିଲା।