ଅନୁନ୍ନତ ଜିଲ୍ଲାରେ ଚାଲିଛି ବିକାଶମୂଳକ କାର୍ଯ୍ୟର ସମୀକ୍ଷା

ଭୁବନେଶ୍ୱର: ଅନୁନ୍ନତ ଜିଲ୍ଲାଗୁଡ଼ିକରେ ଚାଲିଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ବରିଷ୍ଠ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ। ଆଜି ନବରଙ୍ଗପୁର, ଅନୁଗୋଳ ଓ ସମ୍ୱଲପୁରରେ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଛନ୍ତି ବିଭିନ୍ନ ବିଭାଗର ମନ୍ତ୍ରୀ। ସେହିପରି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କନ୍ଧମାଳ ଗସ୍ତରେ ଯାଇ ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ନବରଙ୍ଗପୁର ଜିଲ୍ଲାପାଳଙ୍କ କକ୍ଷରେ ମନ୍ତ୍ରୀ ଅରୁଣ ସାହୁ, ପୁଷ୍ପେନ୍ଦ୍ର ସିଂଦେଓ ଓ ଅଶୋକ ପଣ୍ଡାଙ୍କ ଉପସ୍ଥିତିରେ ଏକ ବୈଠକ […]

minister

minister

Rakesh Mallick
  • Published: Tuesday, 05 January 2016
  • Updated: 05 January 2016, 03:29 PM IST

Sports

Latest News

ଭୁବନେଶ୍ୱର: ଅନୁନ୍ନତ ଜିଲ୍ଲାଗୁଡ଼ିକରେ ଚାଲିଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ବରିଷ୍ଠ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ। ଆଜି ନବରଙ୍ଗପୁର, ଅନୁଗୋଳ ଓ ସମ୍ୱଲପୁରରେ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଛନ୍ତି ବିଭିନ୍ନ ବିଭାଗର ମନ୍ତ୍ରୀ। ସେହିପରି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କନ୍ଧମାଳ ଗସ୍ତରେ ଯାଇ ଉନ୍ନୟନ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି।

ନବରଙ୍ଗପୁର ଜିଲ୍ଲାପାଳଙ୍କ କକ୍ଷରେ ମନ୍ତ୍ରୀ ଅରୁଣ ସାହୁ, ପୁଷ୍ପେନ୍ଦ୍ର ସିଂଦେଓ ଓ ଅଶୋକ ପଣ୍ଡାଙ୍କ ଉପସ୍ଥିତିରେ ଏକ ବୈଠକ ହୋଇଥିଲା। ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାମର ଅନୁଧ୍ୟାନ କରିଛନ୍ତି ପଞ୍ଚାୟତିରାଜ, ନଗର ଉନ୍ନୟନ ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଏହି ୩ ମନ୍ତ୍ରୀ। ବିକାଶ କ୍ଷେତ୍ରରେ ପଛୁଆ ଜିଲ୍ଲା ଭାବେ ଚିହ୍ନଟ ନବରଙ୍ଗପୁରରେ ଯେପରି ଉନ୍ନୟନ ଯୋଜନାଗୁଡିକର ସଫଳ ରୂପାୟନ ହୋଇପାରିବେ ସେ ନେଇ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଥିବା ମନ୍ତ୍ରୀମାନେ କହିଛନ୍ତି।

ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଅନୁଗୋଳ ଜିଲ୍ଲା ଗସ୍ତ କରି ମୁଖ୍ୟ ଚିକିତ୍ସାଳୟରେ ଅଚାନକ ପହଞ୍ଚି ସ୍ୱାସ୍ଥ୍ୟସେବାରେ ଅବ୍ୟବସ୍ଥା ଓ ଡାକ୍ତରଙ୍କ ଅନୁପସ୍ଥିତିକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ସିଡିଏମ୍ଓଙ୍କୁ ତାଗିଦ୍ କରିଥିଲେ। ପରେ ଅତନୁ ସମ୍ୱଲପୁରରେ ଜିଲ୍ଲା ସଦର ହସ୍ପିଟାଲ୍ ପରିଦର୍ଶନ କରି ସ୍ୱାସ୍ଥ୍ୟସେବା ଅନୁଧ୍ୟାନ କରିଥିଲେ।

ସେହିପରି କନ୍ଧମାଳରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଦୁଇଦିନିଆ ଜିଲ୍ଲା ଗସ୍ତରେ ଯାଇଥିବା ମୁଖ୍ୟ ଶାସନ ସଚିବ ପ୍ରଥମ ଦିନରେ ବିଦ୍ୟୁତ୍ ଓ ଜଳଯୋଗାଣ, ଗମନାଗମନ, ଶିକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ଖଜୁରୀପଡ଼ାରେ ନିର୍ମାଣଧୀନ ସବ୍ଷ୍ଟେସନ ସମ୍ପର୍କରେ ମଧ୍ୟ ସେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos