ସୁନ୍ଦରଗଡ଼ ଜିଲ୍ଲାରେ ଡେଙ୍ଗୁ ଆତଙ୍କ

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲାରେ ଡେଙ୍ଗୁ ଆତଙ୍କ। ଜିଲ୍ଲାର ଖତକୁରବାହାଲ ଗାଁରୁ ପ୍ରଥମେ ଡେଙ୍ଗୁ ଚିହ୍ନଟ ହୋଇଥିବା ବେଳେ ଏବେ ପୂରା ଜିଲ୍ଲାକୁ ବ୍ୟାପିବାରେ ଲାଗିଛି। ଜିଲ୍ଲାରେ ମୋଟ ୧୬ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ  ପଜେଟିଭ ରହିଥିବା ଜଣାପଡ଼ିଛି। ପ୍ରଥମ ଦୁଇ ଜଣ ଏବେ ଚିକିତ୍ସା ପରେ ସୁସ୍ଥ ଥିବା ଜଣାପଡ଼ିଛି। ଅନ୍ୟ ୯ ଜଣଙ୍କ ଚିକିତ୍ସା ଚାଲିଛି। ୯ ଜଣଙ୍କ ମଧ୍ୟରୁ ୭ ଜଣ କୁତ୍ରା ବ୍ଲକର ଖତକୁରବାହାଲ […]

sudargrah,,

sudargrah,,

Tapaswini Nayak
  • Published: Friday, 13 September 2019
  • Updated: 13 September 2019, 03:09 PM IST

Sports

Latest News

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲାରେ ଡେଙ୍ଗୁ ଆତଙ୍କ। ଜିଲ୍ଲାର ଖତକୁରବାହାଲ ଗାଁରୁ ପ୍ରଥମେ ଡେଙ୍ଗୁ ଚିହ୍ନଟ ହୋଇଥିବା ବେଳେ ଏବେ ପୂରା ଜିଲ୍ଲାକୁ ବ୍ୟାପିବାରେ ଲାଗିଛି। ଜିଲ୍ଲାରେ ମୋଟ ୧୬ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ  ପଜେଟିଭ ରହିଥିବା ଜଣାପଡ଼ିଛି।

ପ୍ରଥମ ଦୁଇ ଜଣ ଏବେ ଚିକିତ୍ସା ପରେ ସୁସ୍ଥ ଥିବା ଜଣାପଡ଼ିଛି। ଅନ୍ୟ ୯ ଜଣଙ୍କ ଚିକିତ୍ସା ଚାଲିଛି। ୯ ଜଣଙ୍କ ମଧ୍ୟରୁ ୭ ଜଣ କୁତ୍ରା ବ୍ଲକର ଖତକୁରବାହାଲ ଗାଁର ହୋଇଥିବା ବେଳେ ଆଉ ଜଣେ ସୁନ୍ଦରଗଡ଼ ସହରର ଓ ଅନ୍ୟ ଜଣେ ବୀରମିତ୍ରପୁର ଅଞ୍ଚଳର ବୋଲି ଜଣାପଡ଼ିଛି।

ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଡେଙ୍ଗୁ ସଂକ୍ରମିତ ଅଞ୍ଚଳକୁ ଯାଇ ସଫେଇ ଅଭିଯାନକୁ ତ୍ୱରାନିତ୍ୱ କରିଛନ୍ତି। ଏହାସହ ଜିଲ୍ଲାରେ ଡେଙ୍ଗୁ ସଚେତନତା ନେଇ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos