ଢେଙ୍କାନାଳ ବାଇପାସ୍‌ରେ ହାଇୱା ସହ ଚାଳକ ଜଳିଗଲେ

ଢେଙ୍କାନାଳ: ଢେଙ୍କାନାଳ ବାଇପାସ୍‌ରେ ଏକ ହାଇୱା ଜଳି ଯାଇଛି। ଏଥିରେ ଓଡ଼ାପଡ଼ା ଥାନା ଘୋଡ଼ାଡିଆଁ ଗାଁର ଚାଳକ ସୁଦାମ ରାଉତ ମଧ୍ୟ ଜଳି ଯାଇଛନ୍ତି। ଆଜି ହାଇୱାଟି ଢେଙ୍କାନାଳ ବଜାର ଅଭିମୁଖେ ଆସୁଥିବା ବେଳେ ବାଇପାସ୍‌ ଛକରେ ୩୩ କେ.ଭି. ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ହାଇୱା ସହ ଚାଳକ ଜଳି ଯାଇଥିଲେ। ଚାଳକର ଅସାବଧାନତା ଯୋଗୁଁ ଏପରି ଘଟିଥିବା ଜଣାପଡ଼ିଛି। ଢେଙ୍କାନାଳ ଟାଉନ୍‌ ଥାନା ଆଇଆଇସି ଅଭିନବ ଡାକୁଆ କହିଛନ୍ତି, “ରାସ୍ତା କାମରେ ନିୟୋଜିତ […]

denkana

denkana

Rakesh Mallick
  • Published: Friday, 16 September 2016
  • Updated: 16 September 2016, 11:22 PM IST

Sports

Latest News

ଢେଙ୍କାନାଳ: ଢେଙ୍କାନାଳ ବାଇପାସ୍‌ରେ ଏକ ହାଇୱା ଜଳି ଯାଇଛି। ଏଥିରେ ଓଡ଼ାପଡ଼ା ଥାନା ଘୋଡ଼ାଡିଆଁ ଗାଁର ଚାଳକ ସୁଦାମ ରାଉତ ମଧ୍ୟ ଜଳି ଯାଇଛନ୍ତି।

ଆଜି ହାଇୱାଟି ଢେଙ୍କାନାଳ ବଜାର ଅଭିମୁଖେ ଆସୁଥିବା ବେଳେ ବାଇପାସ୍‌ ଛକରେ ୩୩ କେ.ଭି. ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ହାଇୱା ସହ ଚାଳକ ଜଳି ଯାଇଥିଲେ। ଚାଳକର ଅସାବଧାନତା ଯୋଗୁଁ ଏପରି ଘଟିଥିବା ଜଣାପଡ଼ିଛି।

ଢେଙ୍କାନାଳ ଟାଉନ୍‌ ଥାନା ଆଇଆଇସି ଅଭିନବ ଡାକୁଆ କହିଛନ୍ତି, “ରାସ୍ତା କାମରେ ନିୟୋଜିତ ହାଇୱା ଚିପ୍ସ୍‌ ଡାଳୁଥିବା ବେଳେ ଡାଲା ୩୩ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା। ଘଟଣାସ୍ଥଳରେ ହାଇୱା ସହିତ ଚାଳକ ଜଳିଯାଇଥିଲା। ଗାଡ଼ି ମାଲିକ ଆସିଲେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos