ଢେଙ୍କାନାଳରେ ଦୁଇ ଅଟୋ ମୁହାଁମୁହିଁ ଧକ୍କା: ଜଣେ ମୃତ, ୩ ମହିଳା ଆହତ

ଢେଙ୍କାନାଳ: କାମାକ୍ଷାନଗର ଅଁଳାବେରେଣୀ ନିକଟରେ ଦୁଇଟି ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ଲାଗି ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ କାଦୁଆ ଅଞ୍ଚଳର ଦୀନବନ୍ଧୁ ପଲେଇ। ଦୁର୍ଘଟଣାରେ ୩ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୋଟିଏ ଅଟୋ କାମାକ୍ଷାନଗରରୁ ଢେଙ୍କାନାଳ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଅଟୋ ସହ ଅଁଳାବେରେଣୀ ନିକଟରେ ଧକ୍କା ହୋଇଥିଲା।