ଢେଙ୍କାନାଳ: ମାଟିଆମୁଣ୍ଡି ଜଙ୍ଗଲରୁ ହାତୀ ଛୁଆର ମୃତଦେହ ଉଦ୍ଧାର

ଢେଙ୍କାନାଳ: ସଦର ରେଞ୍ଜ କାଳିକାପ୍ରସାଦ ଗାଁ ନିକଟ ମାଟିଆମୁଣ୍ଡି ଜଙ୍ଗଲରୁ ଏକ ଛୁଆହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତ ହାତୀଛୁଆର ଆନୁମାନିକ ବୟସ ୫ବର୍ଷ ହେବ। ହାତୀଛୁଆର ମୃତ୍ୟୁର କାରଣ ଜଣାପଡ଼ିନି। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।